Spread the love

ଚେନ୍ନାଇ: କରୋନାରେ ଆକ୍ରାନ୍ତ ହୋଇଥିବା ଗାୟକ ଏସ୍‌ .ପି . ବାଲସୁବ୍ରମଣିୟମଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅବନ୍ନତି ଘଟିବାରୁ ତାଙ୍କୁ ଶୁକ୍ରବାର ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି । ତାଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ଇଣ୍ଟେ୍‌ସିଭ୍ କେୟାର୍‌ ୟୁନିଟ୍‌ରେ ଜୀବନ ସହାୟକ ବ୍ୟବସ୍ଥାରେ ରଖାଯାଇଛି। ତେବେ ସେଠାରେ ତାଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କ କହିବା ଅନୁଯାୟୀ ତାଙ୍କ ରକ୍ତ ସଞ୍ଚାଳନ ଓ ତାଙ୍କ ସ୍ବାସ୍ଥ୍ୟରେ ଘଟୁଥିବା ପରିବର୍ତ୍ତନ ଉପରେ ସେମାନେ ସମ୍ପୂର୍ଣ୍ଣ ନଜର ରଖିଛନ୍ତି । ପୂର୍ବ ସୂଚନାନୁଯାୟୀ ଅଗଷ୍ଟ ୫ ତାରିଖରେ ସେ କରୋନା ପଜେଟିଭ୍ ଚିହ୍ନଟ ହୋଇଥିଲେ । ପରେ ତାଙ୍କୁ ଏମଜିଏମ୍ ହେଲଥ କେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here