Spread the love

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ବଜାରକୁ ଆସିବନି କରୋନା ଟିକା। ଆସନ୍ତାବର୍ଷର ପ୍ରଥମ ଚାରିମାସରେ ଟିକା ପ୍ରସ୍ତୁତ ହୋଇପାରେ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡଃ ହର୍ଷବର୍ଦ୍ଧନ ସୂଚନା ଦେଇଛନ୍ତି । ସେହିପରି, ବ୍ରିଟିଶ ଔଷଧ ନିୟନ୍ତ୍ରକମାନେ ସ୍ଥଗିତ ଥିବା ଆଷ୍ଟ୍ରାଜେନିକା ନିର୍ମିତ କୋଭିଡ୍-୧୯ ଟିକା ପୁନଃପରୀକ୍ଷା କରିବାକୁ ଅନୁମତି ମିଳିଛି। ଇଂଲଣ୍ଡ୍‌ ସ୍ଥଗିତ ରଖିବା ଦେଖି ଭାରତର ଡ୍ରଗ୍ କଣ୍ଟ୍ରୋଲର୍‌ କାରଣ ଦର୍ଶାଅ ନୋଟିସ୍ ଜାରି କରିବା ପରେ ଆଷ୍ଟ୍ରାଜେନିକାର ଭାରତୀୟ ଅଂଶୀଦାର ସିରମ୍ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଇଣ୍ଡିଆ ମଧ୍ୟ ଟିକା ପରୀକ୍ଷା ବନ୍ଦ କରି ଦେଇଥିଲା। ଟିକାର ମାନବୀୟ ପରୀକ୍ଷାରେ ସରକାର ପୂର୍ଣ୍ଣ ସତର୍କତା ଅବଲମ୍ବନ କରୁଛନ୍ତି ବୋଲି ସେ ସୂଚନା ଦେଇଛନ୍ତି।ଟିକା ପ୍ରସ୍ତୁତ ହୋଇଗଲେ ଦେଶରେ ନିହାତି ଆବଶ୍ୟକ କରୁଥିବା ବ୍ୟକ୍ତିଙ୍କୁ ପ୍ରଥମେ ଦିଆଯିବ ବୋଲି ସେ କହିଛନ୍ତି।

LEAVE A REPLY

Please enter your comment!
Please enter your name here