Spread the love

ନୂଆଦିଲ୍ଲୀ: କରୋନା ଭଳି ମହାମାରୀ ସମୟରେ ଏକ ନିନ୍ଦନୀୟ ଘଟଣା ସମ୍ନାକୁ ଆସିଛି ।ଜଣେ ୨୨ ବର୍ଷୀୟା ଯୁବତୀଙ୍କୁ ଜଣେ ଆମ୍ବୁଲାନ୍ସ ଡ୍ରାଇଭର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏଭଳି ଏକ ଘଟଣା ଘଟିଛି କେରଳର ପଟନମିଟ୍ଟା ଜିଲ୍ଲାର ଅରମମୁଲା ଅଞ୍ଚଳରେ। ସୂଚନା ଅନୁଯାୟୀ, ଆମ୍ବୁଲାନ୍ସଟି ପାଖାପାଖି ମଧ୍ୟରାତ୍ରରେ ସ୍ଥାନୀୟ ଅଞ୍ଚଳର ଏକ କୋଭିଡ୍ ହସ୍ପିଟାଲ ଜଣେ ରୋଗୀଙ୍କୁ ନେଇ ଆସିଥିଲା। ସେଠାରେ ତାଙ୍କୁ ଛାଡ଼ିବା ପରେ ସେଠାରୁ ଉକ୍ତ ଯୁବତୀଙ୍କୁ ନେଇ ଅନ୍ୟ ଏକ କୋଭିଡ୍‌ ହସ୍ପିଟାଲ‌କୁ ଯାଉଥିଲା।ତେବେ ଡ୍ରାଇଭର ଜଣଙ୍କ ନିଛାଟିଆ ସ୍ଥାନ ଦେଖି ଉକ୍ତ ଯୁବତୀଙ୍କୁ ଗାଡି ଭିତରେ ଦୁଷ୍କର୍ମ କରିଥିଲା। ପରେ ତାଙ୍କୁ ନେଇ ହସ୍ପିଟାଲ‌ରେ ଛାଡ଼ିଥିଲା। ଏପରିକି ଯୁବତୀ ଜଣଙ୍କୁ ଏହି ସଂପର୍କରେ କାହାକୁ ନକହିବା ପାଇଁ ଧମକ ଦେଇଥିଲା । କିନ୍ତୁ ଯୁବତୀ ଜଣଙ୍କ ଡାକ୍ତରଙ୍କୁ ସବୁ କଥା କହିଥିଲେ । ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିଲା । ପୂର୍ବରୁ ଅଭିଯୁକ୍ତଙ୍କ ନାଁରେ ଅନେକ ଅପରାଧିକ ମାମଲା ରହିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here