Spread the love

ବ୍ରହ୍ମପୁର : କୁମ୍ଭୀରକୁ ବାଇକରେ ବାନ୍ଧିନେବା ଘଟଣାରେ ଆଜି ରେଞ୍ଜର ଅଫିସରଙ୍କୁ ନିଲମ୍ବିତ କରାଯାଇଛି । ଦିଗପହଣ୍ଡି ବନବିଭାଗ ଡେପୁଟି ରେଞ୍ଜର ପ୍ରମୋଦ କୁମାର ଝଡଗରାୟଙ୍କୁ ଏହି ମାମଲାରେ ନିଲମ୍ବିତ କରାଯାଇଛି । ସଂପୃକ୍ତ ଅନ୍ୟ କର୍ମଚାରୀଙ୍କ ନାଁରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।ଏନେଇ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ପ୍ରଶାନ୍ତ କୁମାର ମିଶ୍ର ସୂଚନା ଦେଇଛନ୍ତି ।ସୂଚନା ଅନୁଯାୟୀ , ଶନିବାର ଦିଗପହଣ୍ଡି ରେଞ୍ଜ ତାଳସିଙ୍ଗି ଧାନବିଲରୁ ଏକ କୁମ୍ଭୀର ଉଦ୍ଧାର ହୋଇଥିଲା । ବନ ବିଭାଗ କର୍ମଚାରୀ ବାଇକରେ ବାନ୍ଧି କୁମ୍ଭୀରକୁ ନେଇଯାଇଥିଲେ । ଉଦ୍ଧାର ବେଳେ ବନବିଭାଗ ଏସଓପି ପାଳନ ହୋଇନଥିବା ଅଭିଯୋଗ ହୋଇଥିଲା ।

LEAVE A REPLY

Please enter your comment!
Please enter your name here