Coronavirus on scientific background
Spread the love

ନୂଆଦିଲ୍ଲୀ
ଦେଶରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧା ପାଇବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୯୪୧ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ।୫୭୯୮୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ସହିତ ମୋଟ ମୃତ୍ୟୁସଂଖ୍ୟା ୫୦ ହଜାର ପାରକରି ୫୦୯୨୧ରେ ଏବଂ ଆକ୍ରାନ୍ତଙ୍କ ସଂଖ୍ୟା ୨୬୪୭୬୬୪ରେ ପହଞ୍ଚିଛି । ଏବେ ୬୭୬୯୦୦ଟି ମାମଲା ସକ୍ରିୟ ଥିବାବେଳେ ୧୯୧୯୮୪୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସଦ୍ଧା ମହାରାଷ୍ଟ୍ରରେ ୨୦୦୩୭, ତାମିଲନାଡୁରେ ୫୭୬୬, ଦିଲ୍ଲୀରେ ୪୧୯୬, କର୍ଣାଟକରେ ୩୯୪୭, ଉତ୍ତରପ୍ରଦେଶରେ ୨୪୪୯, ପଶ୍ଚିମବଙ୍ଗରେ ୨୪୨୮ ଜଣଙ୍କ ମୃତ୍ୟୁ ହେଲାଣି । କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here