Spread the love

କଟକ : ଭାଇଚାରା ସହର କଟକ ।ଏଠାରେ ବାରମାସରେ ତେର ପରବର ଆସରା ଦେଖିବାକୁ ମିଳେ । ସେହି ତେର ପରବରେ ଦଶହରା ସବୁଠାରୁ ଅନ୍ୟତମ । ଦଶ ଦିନ ଧରି ଝଲସି ଉଠେ ପୂରା କଟକ ସହର । ସୁନା ,ଚାନ୍ଦି ଓ ରଙ୍ଗିନ କାଗଜରେ ସଜେଇ ହୁଅନ୍ତି ମା ଦୁର୍ଗା । କିନ୍ତୁ ଚଳିତ ବର୍ଷ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଟକ ସହରରେ ଥିବା ଦୁର୍ଗାପୂଜା ମଣ୍ଡପ ମାନଙ୍କରେ ପୂଜା ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଚଳିତ ବର୍ଷ କଟକଣା ମଧ୍ୟରେ ଦୁର୍ଗାପୂଜା ପାଳନ କରିବାକୁ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ସୂଚନା ଦେଇଛନ୍ତି । ତେବେ ଓଷା କରୁଥିବା ଲୋକେ ନିଜ ନିଜ ଘରେ ରହି ପୂଜା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କଟକରେ ଦିନ କୁ ଦିନ କରୋନା ସଂକ୍ରମଣ ବଢିବାକୁ ଲାଗିଛି ।ସଂକ୍ରମଣ ବ୍ୟପିବାର ମୁଖ୍ୟ କାରଣ କମ୍ୟୁନିଟି ସ୍ପ୍ରେଡ ହୋଇଥିବା ବେଳେ ଏହାକୁ ନେଇ ପ୍ରଶାସନ ମଧ୍ୟ ଅନେକ ପଦକ୍ଷପ ଗ୍ରହଣ କରୁଛି । କଟକ ସହରରେ ଏବେ ସୁଦ୍ଧା ୩,୬୫୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେଥି ମଧ୍ୟରୁ ୨,୨୦୪ ଜଣ ସୁସ୍ଥ ହୋଇଛନ୍ତି। ୨୧ ଜଣଙ୍କର ମୃତ୍ୟୁ ହୋଇଛି। ୧,୪୨୮ ଟି ସକ୍ରିୟ କେସ ରହିଛି ।

LEAVE A REPLY

Please enter your comment!
Please enter your name here