Spread the love

ନୂଆଦିଲ୍ଲୀ :ଆଜି ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ ରାୟ ଶୁଣାଇଇଛନ୍ତି । ସେ ହିନ୍ଦୁ ଅନଡିଭାଇଡେଡ ଫ୍ୟାମିଲି(ଏଚୟୁଏଫ) ସମ୍ପତ୍ତିରେ ଝିଅଙ୍କ ଅଧିକାର ସପକ୍ଷରେ ରାୟ ଦେଇଛନ୍ତି । ଜଷ୍ଟିସ ଅରୁଣ ମିଶ୍ରଙ୍କ ନେତୃତ୍ୱାଧିନ ତିନି ଜଣିଆ ପୀଠ କହିିଛନ୍ତି ଯେ ୨୦୦୫ ହିନ୍ଦୁ ଉତ୍ତରାଧୀକାରୀ ସଂଶୋଧନ ଆଇନ ଅନୁଯାୟୀ ପିତାମାତାଙ୍କ ସମ୍ପତ୍ତିରେ ଝିଅର ଅଧିକାର ରହିବ । ଏହା ସହିତ ସଂଂଶୋଧନ ପୂର୍ବରୁ ପିତାମାତାଙ୍କ ମୃତ୍ୟୁ ଘଟିଥିଲେ ମଧ୍ୟ ଝିଅଙ୍କୁ ସମାନ ଅଧିକାର ମିଳିବ । ଏହି ଆଇନକୁ ନେଇ ପୂର୍ବରୁ ଥିବା ଦ୍ୱନ୍ଦ ଏବେ ଶେଷ ହୋଇଛି । ପୂର୍ବରୁ କୋର୍ଟ ନିଜ ନିଷ୍ପତ୍ତିରେ କହିଥିଲେ ଯେ ଯଦି ସଂଶୋଧନ ଆଇନ ଜାରି ହେବା ବେଳ(୨୦୦୫, ସେପ୍ଟେମ୍ବର ୯)କୁ ଉଭୟ ବାପା ଏବଂ ଝିଅ ଜୀବିତ ଥିଲେ ଝିଅଙ୍କ ସମ୍ପତ୍ତିରେ ସମାନ ଅଧିକାର ମିଳିବ ।

LEAVE A REPLY

Please enter your comment!
Please enter your name here