Spread the love

ବାଲେଶ୍ୱର : ଖଇରା ବ୍ଲକ ଜଳଦା ନୋଡ଼ାଲ ସ୍କୁଲରେ ଥିବା ଜଣେ ଯୁବକଙ୍କର ଗୁୁରୁବାର ସକାଳୁ ମୃତ୍ୟୁ ଘଟିଛି । ସଂପୃକ୍ତ ଯୁବକ ଆଜି ସକାଳୁ ଅସୁସ୍ଥ ହୋଇପଡ଼ିବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ସଂପୃକ୍ତ ଯୁବକ ଗତ ମାସ ୨୯ ତାରିଖରେ ମୁମ୍ବାଇରୁ ଆସି ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ । ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ତାଙ୍କର କରୋନା ପରୀକ୍ଷା ପାଇଁ ସ୍ୱାବ ପଠାଯାଇଥିବା ଜଣାପଡ଼ିଛି । ଏହି ଘଟଣା ପରେ ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here