Spread the love

ନୂଆଦିଲ୍ଲୀ: ଶୁକ୍ରବାର ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଶେଷ ବର୍ଷ ଛାତ୍ରଛାତ୍ରୀଙ୍କୁ ଅନଲାଇନ୍‌ ଓପନ୍‌ ବୁକ୍‌ ପରୀକ୍ଷା ପାଇଁ ଦିଲ୍ଲୀ ହାଇକୋର୍ଟ ଆଜି ଅନୁମତି ଦେଇଛନ୍ତି । ଜଷ୍ଟିସ ପ୍ରତିଭା ଏମ ସିଂଙ୍କ ଜଣିକିଆ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେବା ସହ ପ୍ରଶ୍ନପତ୍ର ପୋର୍ଟାଲରେ ଉପଲବ୍ଧ କରାଇବା ଏବଂ ପରୀକ୍ଷାରେ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀଙ୍କୁ ପ୍ରଶ୍ନପତ୍ର ଇମେଲ କରିବା ଲାଗି ବିଶ୍ୱବିଦ୍ୟାଳୟକୁ ପରାମର୍ଶ ଦେଇଛନ୍ତି । ପରୀକ୍ଷା ପରିଚାଳନା ପାଇଁ ହାଇକୋର୍ଟଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ଅନ୍ୟ ସର୍ତ୍ତ ଗୁଡିକ ମଧ୍ୟରେ ଉତ୍ତର ସିଟ୍‌ ଅପଲୋଡ୍‌ କରିବା ପାଇଁ ଛାତ୍ରମାନଙ୍କୁ ଏକ ଘଣ୍ଟା ଅତିରିକ୍ତ ସମୟ ଦେବା ଏବଂ ଯଦି ସେମାନେ କିଛି ବୈଷୟିକ ତ୍ରୁଟିର ସମ୍ମୁଖୀନ ହୁଅନ୍ତି ତେବେ ସେମାନଙ୍କୁ ଉତ୍ତର ସିଟ୍‌ ଇମେଲ୍‌ କରିବାକୁ ଅନୁମତି ଦେବାକୁ କହିଛନ୍ତି । କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ଛାତ୍ରଛାତ୍ରୀମାନଙ୍କ ନିକଟକୁ ଏକ ଅଟୋ-ଜେନେରେଟ୍‌ ଇମେଲ୍‌ ପଠାଯିବ ଯାହାଦ୍ୱାରା ସେମାନଙ୍କ ଉତ୍ତର ସିଟ୍‌ ଗ୍ରହଣ କରାଯାଇଛି ବୋଲି ଜଣାପଡିବ ।

LEAVE A REPLY

Please enter your comment!
Please enter your name here