Spread the love

ମୁମ୍ବାଇ
ମହାରାଷ୍ଟ୍ର ସରକାର ଏବଂ ଅଭିନେତ୍ରୀ କଙ୍ଗନା ରାଣାବତଙ୍କ ମଧ୍ୟରେ ବିବାଦ ଜୋର ଧରିଛି । ସେମାନେ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ସମ୍ବନ୍ଧିତ ଡ୍ରଗ୍ସ ଲିଙ୍କ ମାମଲାରେ ମୁହାଁମୁହିଁ ହୋଇଛନ୍ତି ।ଶିବସେନା ନେତା ସଞ୍ଜୟ ରାଉତ କଙ୍ଗନାଙ୍କୁ ଖୋଲାଖୋଲି ଭାବେ ଧମକ ଦେଇ ମୁମ୍ବାଇ ନଆସିବାକୁ କହିଛନ୍ତି । ତେବେ ଏହାର ଜବାବରେ କଙ୍ଗନା ମୁମ୍ବାଇକୁ ପିଓକେ ସହ ତୁଳନା କରିଥିଲେ ଏବଂ ୯ ତାରିଖରେ ମୁମ୍ବାଇ ଆସିବେ ବୋଲି କହିଥିଲେ । ଏହା ସହିତ ଦମ ଥିଲେ ରୋକିକି ଦେଖାଅ ବୋଲି କହିଥିଲେ । ଏହା ଉପରେ ମହାରାଷ୍ଟ୍ର ଗୃହ ମନ୍ତ୍ରୀ ଅନୀଲ ଦେଶମୁଖ ମଧ୍ୟ ମନ୍ତବ୍ୟ ରଖିଥିଲେ ଏବଂ କଙ୍ଗନାଙ୍କ ବିରୋଧରେ ମାମଲା ହେବ ବୋଲି କହିଥିଲେ । ଏହା ସହିତ ରିପବ୍ଲିକ ଭାରତର ଚ୍ୟାନେଲର ମୁଖ୍ୟ ଅର୍ଣବ ଗୋସ୍ୱାମୀ ଏବଂ କଙ୍ଗନାଙ୍କ ବିରୋଧରେ ରାଜ୍ୟ ବିଧନାସଭାରେ ପ୍ରସ୍ତାବ ଆଗତ କରାଯାଇଛି, ଯାହାକୁ ବାଚସ୍ପତି ମଧ୍ୟ ସ୍ୱୀକାର କରିଛନ୍ତି । ଏବେ କଙ୍ଗନାଙ୍କ ଉପରେ ମନ୍ତବ୍ୟ ଦେଇଥିବାରୁ ଗୃହ ମନ୍ତ୍ରୀଙ୍କୁ ଧମକ ମିଳିଛି ବୋଲି କୁହାଯାଉଛି । କେହି ଲୋକ ଫୋନ କରି ଏହି ଧମକ ଦେଉଛିା ସୂତ୍ରରୁ ଏହି ସୂଚନା ମିଳିଛି । ତେବେ ମାମଲାକୁ ନୂଆ ରୂପ ଦେବାକୁ ଏପରି କରାଯାଉଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

LEAVE A REPLY

Please enter your comment!
Please enter your name here