Spread the love

ନୂଆଦିଳ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଭାରତ ପାଇଁ ଶେଷ ମ୍ୟାଚ ଖେଳି ସାରିଛନ୍ତି । ନୀଳ ଜର୍ସି ପିନ୍ଧିବାର ସୌଭାଗ୍ୟ ଆଉ ତାଙ୍କୁ ମିଳିବ ନାହିଁ । ଆଇପିଏଲରେ ଖେଳିବା ଦ୍ୱାରା ସେ ଭାରତୀୟ ଦଳକୁ ଫେରିବେ ବୋଲି କହି ହେବ ନାହିଁ । ଏମତି ମତ ଦେଇଛନ୍ତି ପୂର୍ବତନ ଭାରତୀୟ ଦୃତ ବୋଲି ଆଶିଶ ନେହେରା । ଧୋନିଙ୍କ ପାଇଁ କ୍ରିକେଟରେ ଆଉ କିଛି ପ୍ରମାଣ କରିବାକୁ ନାହିଁ । ସେ ନିଜ ଶେଷ ମ୍ୟାଚ ଆନ୍ତରିକତାର ସହ ଖେଳିଛନ୍ତି । ଯଦି ଧୋନି ନିଜକୁ ଭାରତୀୟ ଦଳ ପାଇଁ ଉପଲବ୍ଧ କରାନ୍ତି ତେବେ ସେ ଜଣେ ଚୟନକର୍ତ୍ତା ଭାବେ ତାଙ୍କୁ ତାଲିକାର ୧ ନମ୍ବର ସ୍ଥାନରେ ରଖିବେ ବୋଲି ନେହେରା କହିଛନ୍ତି ।

LEAVE A REPLY

Please enter your comment!
Please enter your name here