Spread the love

ନୂଆଦିଲ୍ଲୀ: ଆଇପିଏଲ୍‌-୨୦୨୦ ପାଇଁ କ୍ରିକେଟ ତାରକା ମାନେ ଏବେ ଜୋରସୋର୍‌ରେ ପ୍ରସ୍ତୁତି ଆରମ୍ଭ କରିଦେଲେଣି । ସେପ୍ଟେମ୍ବର ୧୯ରେ ୟୁଏଇରେ ଆଇପିଏଲ୍‌-୨୦୨୦ ଅନୁଷ୍ଠିତ ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ କିଛି ଦିନ ଧରି କ୍ରିକେଟରୁ ସାମୟିକ ବିଦାୟ ନେଇଥିବା ଚେନ୍ନାଇ ସୁପର୍‌ କିଙ୍ଗ୍ସ୍‌ କ୍ୟାପ୍‌ଟେନ୍‌ ଏମ୍‌ଏସ୍‌ ଧୋନି ପଡିଆକୁ ଓହ୍ଲେଇଛନ୍ତି । ସୂଚନା ଅନୁସାରେ ଆଇପିଏଲ୍‌ ନିମନ୍ତେ ପ୍ରସ୍ତୁତି କରିବାକୁ ଧୋନି ରାଞ୍ଚିସ୍ଥିତ ଜେଏସ୍‌ସିଏ ଇଣ୍ଡୋର୍‌ ଷ୍ଟାଡିୟମ୍‌ରେ ଅଭ୍ୟାସ ଆରମ୍ଭ କରିଛନ୍ତି । ସାମାଜିକ ଦୂରତା କାରଣରୁ ରାଞ୍ଚିରେ ତାଙ୍କୁ ବୋଲିଂ କରିବା ଲାଗି ଖେଳାଳି ମିଳୁନାହାନ୍ତି । ତେଣୁ ଧୋନି କିଛି ଦିନ ପାଇଁ ବୋଲିଙ୍ଗ୍‌ ମେସିନ୍‌ ବ୍ୟବହାର କରି ଅଭ୍ୟାସ କରୁଛନ୍ତି । ଲକ୍‌ଡାଉନ୍‌ ଘୋଷଣା ହେବା ପୂର୍ବରୁ ଆଇପିଏଲ୍‌ ନିମନ୍ତେ ତାଲିମ ନେବାକୁ ଧୋନି ନିୟମିତ ସେଠାକୁ ଯାଉଥିଲେ । ୟୁଏଇ ଯାତ୍ରା ପୂର୍ବରୁ ଅଗଷ୍ଟ ୨୦ରେ ଚେନ୍ନାଇରେ ସିଏସ୍‌କେ ଟିମ୍‌ ସହ ସାମିଲ୍‌ ହେବେ ବୋଲି ଆଶା କରାଯାଉଛି ।

LEAVE A REPLY

Please enter your comment!
Please enter your name here