Spread the love

ମୁମ୍ବାଇ :ସୁଶାନ୍ତଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ସିବିଆଇକୁ ମିଳିଥିବା ରିପୋର୍ଟରୁ ଜଣାପଡ଼ିଛି ଯେ ସୁଶାନ୍ତଙ୍କ ବେକରେ ୩୩ ସେଣ୍ଟିମିଟରର ଏକ ଲମ୍ବା ଦାଗ ରହିଛି । କିନ୍ତୁ ପୂର୍ବରୁ ଏ ସମ୍ପର୍କରେ କୌଣସି ସୂଚନା ଆସି ନ ଥିଲା । ଏହି ଦାଗ ଟିକେ ଗଭୀର ରହିଛି । ବେକରେ ରଶି କିମ୍ବା ଅନ୍ୟ କୌଣସି ଜିନିଷର ପ୍ରବଳ ଚାପ ପଡ଼ିବା ଯୋଗୁ ଏହି ଦାଗ ସୃଷ୍ଟି ହୋଇଛି । ତେବେ ଶରୀରର କୌଣସି ସ୍ଥାନରେ ଆଘାତ ଚିହ୍ନ ନାହିଁ । ତାଙ୍କ ଜୀଭ ବାହାରକୁ ବାହାରିନଥିଲା । ଆଖିର ପଲକ ଆଶିଂକ ଭାବେ ଖୋଲାଥିଲା । ଏହା ସହିତ କୌଣସି ହାଡ ମଧ୍ୟ ଭାଙ୍ଗି ନାହିଁ । ଏହାକୁ ନେଇ ସୁଶାନ୍ତଙ୍କ ପିତା କେ.କେ. ସିଂହଙ୍କ ଓକିଲ ବିକାଶ ସିଂହ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି ଯେ ମୃତ୍ୟୁ ସମୟରେ ଯେଉଁସବୁ ଘଟଣାକୁ ନେଇ ଚର୍ଚ୍ଚା ହେଉଥିଲା, ତାହାର ବିସ୍ତୃତ ରିପୋର୍ଟ ଶବ ବ୍ୟବଚ୍ଛେଦରେ ଆସିବାର ଥିଲା । କିନ୍ତୁ ତାହା ହୋଇ ନାହିଁ । ଏପରିକି ଶବ ବ୍ୟବଚ୍ଛେଦ ରିପୋର୍ଟରେ ମୃତ୍ୟୁର ସମୟ ମଧ୍ୟ ଦର୍ଶାଯାଇ ନାହିଁ। ଏହା ସହିତ ସୁଶାନ୍ତଙ୍କ ସମସ୍ତ ଅଙ୍ଗ ଠିକ୍ ଥିଲା । ମୁହଁ କିମ୍ବା ନାକରୁ ରକ୍ତ ବାହାରି ନଥିଲା । ସୁଶାନ୍ତଙ୍କ ଶବ ବ୍ୟବଚ୍ଛେଦ କରାଇଥିବା କୁପର ହସ୍ପିଟାଲର ଡାକ୍ତରମାନେ ସିବିଆଇ ଜେରା ବେଳେ ବ୍ୟବଚ୍ଛେଦ କହିଛନ୍ତି ଯେ ମୁମ୍ବାଇ ପୁଲିସ କହିବା ପରେ ସେମାନେ ଶୀଘ୍ର ସୁଶାନ୍ତଙ୍କ ଶବ ବ୍ୟବଚ୍ଛେଦ କରାଇଥିଲେ । ଶୁକ୍ରବାର ସିବିଆଇକୁ ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳିଥିଲା । ଏହି ରିପୋର୍ଟରେ ଅନେକ ବିସଙ୍ଗତି ଥିବା ଜାଣିବାକୁ ମିଳିଛି । କୋଭିଡ ପରୀକ୍ଷା ରିପୋର୍ଟ ଆସିବା ପରେ ଶବ ବ୍ୟବଚ୍ଛେଦ କରିବା ପାଇଁ ଡାକ୍ତର କହିଥିଲେ । କିନ୍ତୁ ମୁମ୍ବାଇ ପୁଲିସ ସେଥିପାଇଁ ଅପେକ୍ଷା ନ କରିବାକୁ କହିଥିଲା । ତେଣୁ ଡାକ୍ତରମାନେ ବାଧ୍ୟହୋଇ ତରବରିଆ ଭାବେ ବ୍ୟବଚ୍ଛେଦ କରାଇଥିବା କହିଛନ୍ତି ।

LEAVE A REPLY

Please enter your comment!
Please enter your name here