Spread the love

ଭୁବନେଶ୍ବର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ୱେଲ ମାର୍କତ ଲୋ ପ୍ରେସରରେ ପରିଣତ ହୋଇଛି । ଏନେଇ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହେବା ସମ୍ଭାବନା ଥିବା ଆ଼ଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜି ୯ ଟି ଜିଲ୍ଲାକୁ ରେଡ ,୧୧ଟି ଜିଲ୍ଲାକୁ ଅରେ଼ଞ ଓ ୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତା କାଲି ମଧ୍ୟ ୯ଟି ଜିଲ୍ଲାକୁ ପାଣିପାଗ ବିଭାଗ ରେଡ ୱାର୍ଣ୍ଣିଂ ଜାରିକରିଛି । ତେବେ ସମ୍ବଲପୁର ,ସୋନପୁର,ଝାରସୁଗୁଡା ,ବରଗଡ ,ବୌଦ୍ଧ, ବଲାଙ୍ଗିର,କଳାହାଣ୍ଡି ,ସୁନ୍ଦରଗଡ ଓ ଦେବଗଡକୁ ରେଡ ୱାର୍ଣ୍ଣିଂ ଜାରିକରାଯାଇଛି ।ଅନ୍ୟପଟେ ୨୭ ତାରିଖ ସୁଦ୍ଧା ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here