Spread the love

ଦୁବାଇ: ଆଜି ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ୧୩ତମ ସଂସ୍କରଣର ଚତୁର୍ଥ ମ୍ୟାଚ୍ ଖେଳା ଯାଇଛି । ଏହି ମ୍ୟାଚରେ ଆଜି ଚେନ୍ନାଇ ସୁପର କିଙ୍ଗସ୍ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମୁକାବିଲା ଦେଖିବାକୁ ମିଳିଛି । ଆଜିର ମ୍ୟାଚରେ ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ ।ତେବେ ରାଜସ୍ଥାନ ରୟାଲ୍ସ ଆଗରେ ଚେନ୍ନାଇର ଆତ୍ମ ସମର୍ପଣ ପରାଜୟ ଘଟିଛି । ଚେନ୍ନାଇ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟରେ ୨୦୦ ରନ ସଂଗ୍ରହ କରିଛି ।ଏହାସହ ରାଜସ୍ଥାନ ରୟାଲ୍ସ ୧୬ରନରେ ଆଗୁଆ ରହି ବିଜୟୀ ହୋଇଛି । ତେବେ ପ୍ରଥମରୁ ଚେନ୍ନାଇର ପଦଦର୍ଶନ ନିରାସଜନକ ଥିବା ବେଳେ ଶେଷ ଓଭରରେ ଧୋନୀଙ୍କର ଲଗାତାର ତିନୋଟି ଛକା ଦଳକୁ ବିଜୟୀ କରିବାରେ ଅସଫଳ ହୋଇଥିଲା । ସେଭଳି ରାଜସ୍ଥାନ ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ପାଇଁ ୨୧୭ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ରାଜସ୍ଥାନ ରୟାଲ୍ସ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୨୧୬ ରନ ସଂଗ୍ରହ କରିଥିଲା ।

LEAVE A REPLY

Please enter your comment!
Please enter your name here