Spread the love

ମସ୍କୋ
ଏଲଏସିରେ ଉତ୍ତେଜନା ଲାଗି ରହିଥିବା ସମୟରେ ରଷିଆର ରାଜଧାନୀ ମସ୍କୋରେ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏବଂ ତାଙ୍କର ଚୀନ ସମକକ୍ଷ ବାଙ୍ଗ ୟିଙ୍କ ମଧ୍ୟରେ ଆଲଚୋନା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉଭୟ ନେତା ପ୍ରାୟ ୨ ଘଣ୍ଟା ଯାଏଁ ଆଲୋଚନା କରିବା ପରେ ୫ଟି ପଏଣ୍ଟ ଉପରେ ସହମତି ପ୍ରକାଶ ପାଇଛି । ବୈଠକରେ ବିବାଦ ଥିବା ସମସ୍ତ ଅଞ୍ଚଳରୁ ସୈନ୍ୟ ଅପସାରଣ ପାଇଁ ନିଷ୍ପତ୍ତି ନିଆଯାଇଛି । ଉଭୟ ଦେଶ ଖୁବଶୀଘ୍ର ସୈନ୍ୟ ହଟାଇବା ଲାଗି ସହମତି ପ୍ରକାଶ କରିଛନ୍ତି । ଏହା ସହିତ ସ୍ଥିତାବସ୍ଥା ବଜାୟ ରଖିବାକୁ ମଧ୍ୟ ଏବଂ ସେନା ମଧ୍ୟରେ ଆଲୋଚନା ଜାରି ରଖିବାକୁ ବୈଠକରେ ସ୍ତିର କରାଯାଇଛି । ଏଥିରେ ସୀମାରେ ଶାନ୍ତି ଏବଂ ସ୍ଥିରତା ବଜାୟ, ଉତ୍ତେଜନା ସୃଷ୍ଟିକାରୀ ପଦକ୍ଷେପରୁ ବିରତ, ପୂ ର୍ବରୁ ଥିବା ଚୁକ୍ତି ପାଳନ ଏବଂ ଚୀନ-ଭାରତ ସୀମାରେ ଥିବା ପ୍ରୋଟୋକଲକୁ ଅନୁପାଳନ କରିବା ଲାଗି ସହମତି ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here