Spread the love

ନୂଆଦିଲ୍ଲୀ : ସୋମବାର ଟଙ୍କା ହେରଫେର ମାମଲାରେ ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଚନ୍ଦା କୋଚହରଙ୍କ ସ୍ବାମୀ ଦୀପକ କୋଚହରଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଗିରଫ କରାଯାଇଛି । ପ୍ରାୟ ବର୍ଷେ କିମ୍ବା ଦେଢ ବର୍ଷ ପୂର୍ବରୁ ଚନ୍ଦା କୋଚରଙ୍କ ବିରୋଧରେ ଅର୍ଥ ହେରଫେର ଘଟଣାରେ ଏକ ମାମଲା ରୁଜୁ ହୋଇଥିଲା । ଆଜି ଇଡି ପକ୍ଷରୁ ପଚରାଉଚରା ପରେ ଦୀପକ କୋଚହରଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ଦୀପକ କୋଚହରଙ୍କୁ ମିଶାଇ ଏହି ଘଟଣାରେ ମୋଟ ୬ଜଣଙ୍କ ନାଁରେ ମାମଲା ରୁଜୁ ହୋଇଥିଲା ।

LEAVE A REPLY

Please enter your comment!
Please enter your name here