Spread the love

ନୂଆଦିଲ୍ଲୀ : ଏନ୍‌ଫୋରସ୍‌ମେଣ୍ଟ ଡାଇରେକ୍ଟୋରେଟ ପକ୍ଷରୁ ଆଜି ବୈଦେଶିକ ମୁଦ୍ରା ବିନିମୟ ଆଇନ ଅନୁଯାୟୀ ଷ୍ଟାଣ୍ଡାର୍ଡ ଚାଟାର୍ଡ ବ୍ୟାଙ୍କକୁ ୧ଶହ କୋଟି ଟଙ୍କା ଓ ତାମିଲନାଡୁ ମଚ୍ଚାଣ୍ଟ ଇଲ ବ୍ୟାଙ୍କ ଉପରେ ୧୭କୋଟି ଟଙ୍କାର ଜୋରିମାନା ଦାୟର କରାଯାଇଛି । ତାମିଲନାଡୁ ମର୍ଚ୍ଚାଣ୍ଟାଇଲ ବ୍ୟାଙ୍କର ସେୟାର କାରବାରରେ ଅନିୟମିତତା ହୋଇଥିବା ଓ ଏଥିରେ ମୁମ୍ବାଇର ଷ୍ଟାଣ୍ଡାର୍ଡ ଚାଟାର୍ଡ ବ୍ୟାଙ୍କ ସଂପୃକ୍ତ ଥିବା ଅଭିଯୋଗ ହୋଇଥିଲା । । ତାମିଲନାଡୁ ମର୍ଚ୍ଚାଣ୍ଟାଇଲ ବ୍ୟାଙ୍କର ତକ୍ରାଳୀନ ମୁଖ୍ୟ ଓ ଅନ୍ୟାନ୍ୟ କର୍ମକର୍ତ୍ତାଙ୍କୁ ଏନେଇ ନୋଟିସ ଜାରି କରାଯାଇଥିଲା । ବ୍ୟାଙ୍କ ଇତିହାସରେ ଏତେ ପରିମାଣର ଜୋରି ମାନା ଇଡ଼ି ପକ୍ଷରୁ କରାଯିବା ପ୍ରଥମ ଘଟଣା ବୋଲି ଜଣାପଡ଼ିଛି । ଇଡ଼ି ପକ୍ଷରୁ ଫେମା ଆଇନ ଅନୁଯାୟୀ ମାମଲା ଦାୟର କରାଯାଇଛି ।

LEAVE A REPLY

Please enter your comment!
Please enter your name here