Spread the love

ମୁମ୍ବାଇ: ସୁଶାନ୍ତ ସିଂ ମୃତ୍ୟୁ ମାମଲାକୁ ନେଇ ଭିନ୍ନ ଭିନ୍ନ ତଥ୍ୟ ସାମ୍ନାକୁ ଆସୁଛି । ତେବେ ଆସନ୍ତା ୭ ତାରିଖରେ ରିୟା ଚକ୍ରବର୍ତ୍ତୀଙ୍କୁ ଇଡିର ମୁମ୍ବାଇ କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଛି। ସୁଶାନ୍ତଙ୍କ ପିତା ବିହାର ପୋଲିସକୁ ଦେଇଥିବା ଏଫଆଇଆରରେ ରିୟାଙ୍କ ଆଖି ସୁଶାନ୍ତଙ୍କ ଟଙ୍କା ଉପରେ ଥିଲା ଏବଂ ତାଙ୍କ ଆକାଉଣ୍ଟରୁ ୧୫ କୋଟି ଟଙ୍କା ହେରଫେର ହୋଇଥିବା ସେ ଅଭିଯୋଗ କରିଛନ୍ତି । ସୁଶାନ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୧୫ କୋଟି ଟଙ୍କା ହେରଫେର ହେବା ଅଭିଯୋଗ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଖୋଳତାଡ଼ କରୁଛି। ଏହି ମାମଲାକୁ ଭିତ୍ତି କରି ରିୟା ଚକ୍ରବର୍ତ୍ତୀଙ୍କୁ ଇଡିର ମୁମ୍ବାଇ କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଛି।ରିୟାଙ୍କୁ ବିହାର ପୋଲିସ୍‌ ଖୋଜୁଥିବା ବେଳେ ତାଙ୍କର କୌଣସି ପତ୍ତା ମିଳି ନଥିବା କୁହାଯାଇଛି। ତେଣୁ ସେ ୭ ତାରିଖରେ ଇଡି କାର୍ଯ୍ୟାଳୟରେ ହାଜର ହେଲେ, ବିହାର ପୁଲିସ୍‌ ମଧ୍ୟ ତାଙ୍କ ବୟାନ ରେକର୍ଡ କରିବାର ସମ୍ଭାବନା ରହିଛି।

LEAVE A REPLY

Please enter your comment!
Please enter your name here