Spread the love

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ବାନ୍ଧବୀ ରିୟା ଚକ୍ରବର୍ତ୍ତିଙ୍କୁ ପୁଣି ନୋଟିସ କାରି କରିଛି । ରିୟାଙ୍କ ଭାଇ ସୋୱିକଙ୍କୁ ଶନିବାର ଜେରା କରାଯାଇଛି । ରିଆଙ୍କୁ ଦୀର୍ଘ ୮ ଘଣ୍ଟା ଧରି ଇଡି ପକ୍ଷରୁ ଶୁକ୍ରବାର ଜେରା କରାଯାଇଥିଲା । ସୋମବାର ଇଡି ନିକଟରେ ହାଜର ହେବା ପାଇଁ ରିୟାଙ୍କୁ ପୁଣି ନୋଟିସ ଜାରି କରାଯାଇଛି । ସୋୱିକଙ୍କୁ ଇଡି ଅଧିକାରୀ ମାନେ ୧୨ ଘଣ୍ଟା ଧରି ଜେରା କରିଥିଲେ । ଜେରାରୁ ସୁଶାନ୍ତଙ୍କ ଆକାଉଣ୍ଟସମ୍ପର୍କରେ କିଛି ତଥ୍ୟ ଇଡି ଅଧିକାରୀ ପାଇବା ପରେ ରିୟାଙ୍କୁ ପୁଣି ହାଜର ହେବା ପାଇଁ ନୋଟିସ କରାଯାଇଛି ବୋଲି କୁହାଯାଉଛି । ସୁଶାନ୍ତଙ୍କ ଆକାଉଣ୍ଟରୁ ୧୫ କୋଟି ଟଙ୍କା ଉଠାଯାଇ କେଉଁଠି କେଉଁଠି ଲଗାଯାଇଛି ସେ ନେଇ ଇଡି ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ସୁଶାନ୍ତଙ୍କ ପିତା ଏ ନେଇ ପୂର୍ବରୁ ଅଭିଯୋଗ କରିଥିଲେ । ସୁଶାନ୍ତଙ୍କ ଏକ କମ୍ପାନୀରେ ରିୟାଙ୍କ ଭାଇ ନିର୍ଦ୍ଦେଶକ ରହିଛନ୍ତି । ୧୦ ଦିନ ଧରି ଫେରାର ଥିବା ରିୟା ଓ ତାଙ୍କ ପରିବାର ଲୋକେ ଇଡି ଡାକରା ପାଇ ଇଡି କାର୍ଯ୍ୟାଳୟରେ ହାଜର ହୋଇଛନ୍ତି । ସୁଶାନ୍ତଙ୍କ ଆତ୍ମହତ୍ୟା ପଛରେ ରିୟା ଓ ତାଙ୍କ ପରିବାରର ସଂପୂର୍ଣ୍ଣ ହାତଥିବା ସୁଶାନ୍ତଙ୍କ ପିତା ବାରମ୍ବାର ଅଭିଯୋଗ କରି ଆସୁଛନ୍ତି । ବିହାର ପୋଲିସ ଓ ମୁମ୍ବାଇ ପୋଲିସ ମଧ୍ୟରେ ଚାଲିଥବା ବିବାଦ ଘଟଣାକୁ ଅଧିକ ରହସ୍ୟମୟ କରିଦେଇଥିବା ବେଳେ କେନ୍ଦ୍ର ସରକାର ଏହି ଘଟଣାର ତଦନ୍ତ ସିବିଆଇକୁ ଦେବା ପରେ ସମସ୍ତଙ୍କ ମୁହଁ ଚୁପ୍‌ ହୋଇ ଯାଇଛି ।

LEAVE A REPLY

Please enter your comment!
Please enter your name here