Spread the love

ମୁମ୍ବାଇ
ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କୁ ସମନ ଜାରି କରି ଆଜି ହାଜର ହେବାକୁ କହିଥିଲା । ତେବେ ରିୟା ଏଥିପାଇଁ ଅଧିକ ସମୟ ଦେବାକୁ ଇଡିକୁ ଅନୁରୋଧ କରିଥିଲେ । ସେ ସୁପ୍ରିମକୋର୍ଟରେ ମାମଲାର ଶୁଣାଣି ନସରିବା ଯାଏଁ ସମୟ ମାଗିଥିଲେ । କିନ୍ତୁ ଇଡି ଏହାକୁ ଖାରଜ କରିଦେଇଛି । ଏହା ସହିତ ଆଜି ହାଜର ହେବାକୁ ଇଡି ରିୟାଙ୍କୁ ନିର୍ଦ୍ଦେଶ ଦେଇଛି । ଏହା ସହିତ ସୁଶାନ୍ତଙ୍କ ପୂର୍ବତନ ବିଜନେସ ମ୍ୟାନେଜର ଶ୍ରୁତି ମୋଦି, ବନ୍ଧୁ ସିଦ୍ଧାର୍ତ ପିଠାନୀଙ୍କୁ ମଧ୍ୟ ଇଡି ଆଜି ହାଜର ହେବାକୁ ନିର୍ଦ୍ଦେଶ ଦେଇଛି ।

LEAVE A REPLY

Please enter your comment!
Please enter your name here