Spread the love

ଭୁବନେଶ୍ୱର : ରାଜ୍ୟରେ ହେବାକୁ ଥିବା ଯୁକ୍ତ ତିନି ଇ-ନାମଲେଖା ଆବେଦନ ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ନାମଲେଖା ପ୍ରକ୍ରିୟା ଆସନ୍ତା ୮ ତାରିଖରୁ ଆରମ୍ଭ ହୋଇ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରଥମ ମେରିଟ ଲିଷ୍ଟ ଆସନ୍ତା ୨୮ ତାରିଖରେ ପ୍ରକାଶ ପାଇବ । ପରେ ଛାତ୍ରଛାତ୍ରୀ ମାନେ ନାମଲେଖା ନିମନ୍ତେ ଫି’ ଅନଲାଇନରେ ଜମା କରିପାରିବେ ।ସେହିପରି ଅକ୍ଟୋବର ୮ ତାରିଖରେ ଦ୍ୱିତୀୟ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ ।ଆଡମିଶନ ଲାଗି ୮ ତରିଖରେ ସାମ୍ସ ଆକାଉଣ୍ଟରେ ଇ-ଡିପୋଜିଟ୍ ହୋଇପାରିବ ବୋଲି ବିଜ୍ଞପ୍ତିରେ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here