Spread the love

ଆନନ୍ଦପୁର
ହାତୀ ଦାନ୍ତ ଚୋରା ଚାଲାଣ ର‍୍ୟାକେଟର ପର୍ଦ୍ଦାଫାସ ହୋଇଛି । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳରୁ ୧୯ କିଲୋଗ୍ରାମର ୧୪ଟି ହାତୀଦାନ୍ତ ଜବତ କରାଯାଇଛି । ଏହାର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କାରୁ ଅଧିକ ହେବ । ଏହି ମାମଲାରେ ଆନନ୍ଦପୁର ବନ ବିଭାଗ ୩ ଜଣ ଲୋକଙ୍କୁ ଗିରଫ କରିଛି । ଏବେ ମାମଲାର ତଦନ୍ତ ଜାରି ରହିଛି । ସୂଚନାଯୋଗ୍ୟ ଯେ ଗତ କାଲି ରାତିରେ ଏକ କାରରେ ହାତୀଦାନ୍ତ ଚାଲାଣ ହେଉଥିବାର ସୂଚନା ଆନନ୍ଦପୁର ଡିଏଫଓଙ୍କୁ ମିଳିଥିଲା । ଏହି ଆଧାରରେ ଡିଏଫ ଓ ତାଙ୍କ ଟିମ ଉକ୍ତ ଗାଡିର ପିଛା କରି ବାୟାପିଟା ଗ୍ରାମରୁ ତାହାକୁ ଧରିଥିଲା । ସେହି କାରରୁ ୧୯ କିଲୋ ହାତୀ ଦାନ୍ତ ଜବତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here