Spread the love

ଲାଞ୍ଜିଗଡ
ଗତ ୧ ତାରିଖରୁ ନିଖୋଜ ଥିବା ଲାଞ୍ଜିଗଡ ବେଦାନ୍ତର ଯୁବ ଇଞ୍ଜିନିୟର ପ୍ରତ୍ୟୁଷ କୁମାର ପ୍ରଧାନ ଙ୍କ ମୃତଦେହକୁ ଡ୍ୟାମରୁ ଉଦ୍ଧାର କରାଯାଇଛି। ଅଗ୍ନିଶମ ବାହିନୀର କର୍ମଚାରୀ ତାଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ଏବେ ପୋଲିସ ତାଙ୍କ ମୋବାଇଲ ଫୋନ ଜବତ କରି ତଦନ୍ତ ଜାରି ରଖିଛି ।
ସୂଚନାଯୋଗ୍ୟ ଯେ ପ୍ରତ୍ୟୁଷ ଗତ ୧ ତାରିଖରୁ ନିଖୋଜ ଥିଲେ । ମଙ୍ଗଳବାର ସନ୍ଧ୍ୟା ୬.୩୦ ସମୟରେ ଲାଞ୍ଜିଗଡ ମାର୍କେଟ ଅଞ୍ଚଳରେ ଏକ ଧଳାରଙ୍ଗର ଓଡ଼ି ୦୨ଏଡି୮୪୭୧ ନମ୍ବର ବିଶିଷ୍ଟ ହୁଣ୍ଡାଇ ଆଇ ୨୦ କାର ଚଳାଉଥିବା ସମୟରେ ତାଙ୍କୁ ଶେଷ ଥର ପାଇଁ ଦେଖାଯାଇଥିଲା। ଏହା ପରଠାରୁ ଆଉ ସେ କ୍ବାର୍ଟରକୁ ଫେରି ନଥିଲେ । ବୁଧବାର ସନ୍ଧ୍ୟାରେ ତାଙ୍କ ନିଖୋଜକୁ କମ୍ପାନୀ ପକ୍ଷରୁ ଲାଞ୍ଜିଗଡ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା । ତଦନ୍ତ ସମୟରେ ତାଙ୍କ କାରକୁ ୁଲାଞ୍ଜିଗଡଠାରୁ ୩ କି.ମି. ଦୂରରେ ଟାଙ୍ଗନକନା ଡ୍ୟାମ୍ ନିକଟରୁ ଠାବ କରାଯାଇଥିଲା । ପରେ ପୋଲିସ ଡ୍ୟାମରୁ ତାଙ୍‌କ ମୃତଦେହ ଉଦ୍ଧାର କରିଛି । ତେବେ ଏ ପର୍ଯ୍ୟନ୍ତ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡିନାହିଁ । ତାଙ୍କୁ ହତ୍ୟା କରାଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି ତାହା ତଦନ୍ତ ପରେ ଜଣାପଡିବା

LEAVE A REPLY

Please enter your comment!
Please enter your name here