Spread the love

ବେରୁଟ: ଲେବାନନ ରାଜଧାନୀ ବେରୁଟ ବନ୍ଦରରେ ମଙ୍ଗଳବାର ଏକ ବିସ୍ପୋରଣ ଘଟି ଶହେରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା ବେଳେ ୪ ହଜାରରୁ ଅଧିକ ଆହତ ହୋଇଛନ୍ତି । ଲେବାନନ ରେଡକ୍ରସ ପକ୍ଷରୁ କୁହାଯାଇଛି ଯେ ବିସ୍ଫୋରଣରେ ଆହତ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାରକାରୀ ଦଳ ଉଦ୍ୟମ କରୁଛନ୍ତି । ଅପରପକ୍ଷରେ ଲୋବନନ ରାଷ୍ଟ୍ରପତି ହସନ ଦିଆବ କହିଛନ୍ତି ଯେ ବନ୍ଦର ଗୋଦାମରେ ମହଜୁଦ ଥିବା ୨,୭୫୦ ଟନ ଆମୋନିୟମ ନାଇଟ୍ରେଟ ବିସ୍ଫେ଼ାରଣ ହେବାରୁ ଏପରି ସ୍ଥିତି ସୃଷ୍ଟି ହୋଇଛି । ତେବେ ୬ ବର୍ଷ ତଳୁ ଏତେ ପରିମାଣର ବିସ୍ଫୋରକ ବନ୍ଦର ଗୋଦାମରେ କୌଣସି ସୁରକ୍ଷା ଉପାୟ ନକରି ମହଜୁଦ କରିବା ଘଟଣାକୁ ହାଲୁକା ଭାବେ ନେଇ ହେବ ନାହିଁ ତାହାର ତଦନ୍ତ କରାଯିବ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here