Spread the love

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ର କାରଣ ତାଙ୍କ ପ୍ରେମିକା ରିୟା ଚକ୍ରବର୍ତ୍ତି ବୋଲି ତାଙ୍କ ପୂର୍ବତନ ଷ୍ଟାଫ୍‌ ସୁରଜ କହିଛନ୍ତି । ଏକ ଇଲେକ୍ଟୋନିକ୍ସ ଗଣମାଧ୍ୟମକୁ ସେ ଦେଇଥିବା ସାକ୍ଷାତକାରରେ ରିୟା ଚକ୍ରବର୍ତ୍ତି ଙ୍କ ସୁଶାନ୍ତଙ୍କ ଜୀବନରେ ଆସିବା ପରେ ସବୁକିଛି ପରିବର୍ତ୍ତନ ହୋଇଯାଇଥିଲା । ରିୟା ଚକ୍ରବର୍ତ୍ତି ସୁଶାନ୍ତଙ୍କୁ ଏପରି ହାତ ମୁଠାରେ ରଖିଥିଲେ ଯେ ତାଙ୍କ ପରିବାର ଲୋକେ ମଧ୍ୟ ତାଙ୍କ ଠାରୁ ଧିରେ ଧିରେ ଦୁରେଇ ଯାଇଥିଲେ । ସୁଶାନ୍ତଙ୍କ ମା ଙ୍କ ମୃତ୍ୟୁ ପରେ ସେ ନିଜକୁ ଅସହାୟ ମନେ କରୁଥିଲେ, ଏପରିକି ସୁଶାନ୍ତ ରୋଗରେ ପଡୁଥିଲେ ମଧ୍ୟ ରିୟା ଚକ୍ରବର୍ତ୍ତି ନିଜେ ଔଷଧ ଆଣୁଥିଲେ । ଧିରେ ଧିରେ ସୁଶାନ୍ତ ମଦ୍ୟପାନ ଆରମ୍ଭ କରିଦେଇଥିଲେ । ଏପରିକି ରିୟା ଚକ୍ରବର୍ତ୍ତି ତାଙ୍କର ସମସ୍ତ ପୂର୍ବତନ ଷ୍ଟାଫମାନଙ୍କୁ ଧିରେ ଧିରେ ବାହାର କରିଦେଇଥିଲେ । ତେବେ ଉଭୟଙ୍କ ମଧ୍ୟରେ ଅନେକ ସମୟରେ ଝଗଡା ହେଉଥିବାର ମଧ୍ୟ ସେ ଖୁଲାସା କରିଛନ୍ତି । ଏ ସମ୍ପର୍କରେ ତାଙ୍କର ପୂର୍ବତନ ଡ୍ରାଇଭର ଓ ଘରେ କାମ କରୁଥିବା ଲୋକମାନେ ଅବଗତ ଥିଲେ ବୋଲି ସେ ବିଷ୍ପୋରକ ବୟାନ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here