Spread the love

ନୂଆଦିଲ୍ଲୀ
ତେଲେଙ୍ଗାନା ଲୋନର ବିଜେପି ବିଧାୟକ ଟି ରାଜା ସିଂହଙ୍କୁ ଫେସବୁକ ବ୍ୟାନ କରିଛି । ଏହା ସହିତ ତାଙ୍କୁ ଇନଷ୍ଟାଗ୍ରାମରୁ ମଧ୍ୟ ବ୍ୟାନ କରାଯାଇଛି । ଏକ ବିବୃତ୍ତିରେ ଫେସବୁକ ମୁଖପାତ୍ର କହିଛନ୍ତି ଯେ ଘୃଣା ଏବଂ ହିଂସା ସୃଷ୍ଟିକାରୀ ମନ୍ତବ୍ୟ ଦେଇ ଫେସବୁକର ସମସ୍ତ ନିୟମ ଉଲ୍ଲଙ୍ଘନ କରିଥିବା ଯୋଗୁଁ ତାଙ୍କୁ ବ୍ୟାନ କରାଯାଇଛି । ଅପରପକ୍ଷେ ଶ୍ରୀ ସିଂହ କହିଛନ୍ତି ଯେ ସେ ୨୦୧୯ ଏପ୍ରିଲରୁ ଫେସବୁକରେ ନାହାନ୍ତି । ସେ ଏକ ଭିଡିଓ ରିଲିଜ କରି ନୂଆ ଆକାଉଣ୍ଟ ଖୋଲିବାକୁ ଅନୁମତି ଦେବା ପାଇଁ ଫେସବୁକକୁ ଅନୁରୋଧ କରିଛନ୍ତି । ସେ ଏକ ବିବୃତ୍ତିରେ କହିଛନ୍ତି ଯେ ୨୦୧୮ରେ ତାଙ୍କ ଫେସବୁକ ପେଜ ହ୍ୟାକ ହୋଇ ଯାଇଥିଲା ଏବଂ ସେ ଏଥିପାଇଁ ଥାନାରେ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here