Spread the love

ଭୁବନେଶ୍ୱର
ଫ୍ୟାକ୍ଟ୍ରି ଏବଂ ବଏଲର୍ସ ବିଭାଗର ଇପ ମହାନିର୍ଦ୍ଦେଶକ ରମେଶ ବେହେରାଙ୍କୁ ଗିରଫ କରାଯାଇଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି । ସୂଚନାଯୋଗ୍ୟ ଯେ ରମେଶଙ୍କ ଘରେ କାଲି ଭିଜିଲାନ୍ସ ଚଢଉ କରିଥିଲା । ଏଥିରେ ତାଙ୍କ ଘରୁ ପ୍ରାୟ ୧.୫ କୋଟି ଟଙ୍କା ଜବତ ହୋଇଥିଲା । ଭୁବନେଶ୍ୱରରେ ତାଙ୍କର ୪୧ ଲକ୍ଷର ଫ୍ଲାଟ, ଯାଜପୁରରେ ୨୯ ଲକ୍ଷର କୋଠା, ପୁଡୁଚେରୀରେ କୋଠା, ୬ ଶହ ଗ୍ରାମ ସୁନା ଓ ରୂପା ଠାବ କରାଯାଇଥିଲା । ଭିଜିଲାନ୍ସ ଡିଏସପି ଅକ୍ଷୟ ମିଶ୍ର ଏନେଇ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here