Spread the love

ମୁମ୍ବାଇ
ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡନାଭିସ ମହାମାରୀ କରୋନା ଭାଇରସର ଆକ୍ରାନ୍ତ ହୋଇଛନ୍ତି । ସେ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ଯେ ଲକଡାଉନ ହେବା ଦିନ ଠାରୁ ମୁଁ ପ୍ରତ୍ୟେକ ଦିନ କାମ କରିଛି । କିନ୍ତୁ ଏବେ ମୁଁ ବିଶ୍ରାମ ନିଏ ବୋଲି ଇଶ୍ୱର ଚାହୁଁଛନ୍ତି । ମୁଁ କରୋନାରେ ଆକ୍ରାନ୍ତ ହୋଇଛି ଏବଂ ଘରୋ ସଙ୍ଗରୋଧରେ ଅଛି । ଡାକ୍ତରଙ୍କ ପରାମର୍ଶରେ ଚିକିତ୍ସା ଚାଲିଛି । ଏହା ସହିତ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ କରୋନା ଟେଷ୍ଟ କରାଇନେବାକୁ ଫଡନାଭିସ ପରାମର୍ଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here