Spread the love

ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତି ଓ ଖରିଫ ଚାଷ ପାଇଁ ଯେଉଁ ଅଯୋଗ୍ୟ ହିତାଧିକାରୀ କାଳିଆ ସହାୟତା ଟଙ୍କା ନେଇଛନ୍ତି ସେମାନଙ୍କୁ ଏବେ ଉକ୍ତ ଟଙ୍କା ଫେରାଇବାକୁ ପଡ଼ିବ ନାହିଁ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ରାଜ୍ୟର ହଜାର ହଜାର ଅଯୋଗ୍ୟ ହିତାଧିକାରୀ କାଳିଆ ଯୋଜନାରେ ଚଞ୍ଚକତା ପୂର୍ବକ ନାମ ପଞ୍ଜିକରଣ କରାଇ ସହାୟତା ରାଶି ହଡ଼ପ କରିଥିଲେ । ସେମାନଙ୍କୁ ଟଙ୍କା ଫେରାଇବା ପାଇଁ କୃଷି ଓ ଖାଦ୍ୟ ବିଭାଗ ପକ୍ଷରୁ ନୋଟିସ ଜାରି କରାଯାଇଥିଲା । ଏବେ କରୋନା ଓ ଖରିଫ ଚାଷ ପାଇଁ ଉକ୍ତ ଟଙ୍କା ଫେରାଇବାକୁ ପଡ଼ିବ ନାହିଁ ବୋଲି କୃଷି ଓ ଖାଦ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ରାଜ୍ୟରେ ୫୮ ଲକ୍ଷ ଚାଷୀ କାଳିଆ ଯୋଜନାରେ ସାମିଲ ହୋଇଥିଲା ବେଳେ ୧ଲକ୍ଷ ୬ ହଜାର ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here