Spread the love

ଭୁବନେଶ୍ୱର: ରାଜ୍ୟରେ କରୋନା ମୁକାବିଲା ସମ୍ପୂର୍ଣ୍ଣ ବିଫଳ ହୋଇଛି । କରୋନା ମୁକାବିଲା ପାଇଁ ବିଭିନ୍ନ ସାମଗ୍ରୀ କିଣାରେ ବ୍ୟାପକ ଦୁର୍ନୀତି ହୋଇଛି ବୋଲି ଭୁବନେଶ୍ୱର ସାଂସଦ ଅପରାଜିତା ଷଢଙ୍ଗୀ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ ଚେନ୍ନାଇର ଏକ ଚଷମା ଦୋକାନରୁ ପିପିଇ କିଟ କିଣାଯାଇଛି । ସେହିପରି ପଞ୍ଜାବ ଓ ହରିୟାନାରୁ ଉଚ୍ଚ ଦରରେ ମାସ୍କ ଇତ୍ୟାଦି କ୍ରୟ କରାଯାଇଛି । ରାଜ୍ୟ ସରକାର ଏ ଯାବତ କରୋନା ଚିକିତ୍ସା ପାଇଁ କେଉଁ ଘରୋଇ ଡାକ୍ତରଖାନାକୁ କେତେ ଟଙ୍କା ଦେଇଛନ୍ତି ଓ କେଉଁ ରୋଗୀ ପାଇଁ କେତେ ଟଙ୍କା ଖର୍ଚ୍ଚ ହୋଇଛି ତାହାର ତଥ୍ୟ ସାର୍ବଜନୀନ କରିବା ଉଚିତ । ରାଜ୍ୟରେ କରୋନା ମୁକାବିଲା ଏବେ ଶାସକଙ୍କ ପାଇଁ ଅର୍ଥ ରୋଜଗାରର ବାଟ ପାଲଟିଛି ବୋଲି ସାଂସଦ ଅଭିଯୋଗ କରିଛନ୍ତି । ତେବେ ଶାସକ ବିଜେଡ଼ି ପକ୍ଷରୁ ଏଡି ଅଭିଯୋଗକୁ ଖଣ୍ଡନ କରାଯାଇଛି । ଦଳ ପକ୍ଷରୁ କୁହାଯାଇଛି ଯେ କେବଳ ଅଭିଯୋଗ କରିବା ପାଇଁ ଅଭିଯୋଗ କଲେ ହେବ ନାହିଁ । ଏଥିପାଇଁ ପ୍ରମାଣ ଦେବାକୁ ପଡ଼ିବ ଓ ସାଂସଦଙ୍କ ପାଖରେ କି ପ୍ରମାଣ ରହିଛି ତାହା ସେ ଉପସ୍ଥାପନ କରିବା ଉଚିତ ।

LEAVE A REPLY

Please enter your comment!
Please enter your name here