Spread the love

ଭୁବନେଶ୍ୱର : ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ,ଗୀତିକାର ଶାରଦା ପ୍ରସନ୍ନ ନାୟକଙ୍କ ପରଲୋକ ଘଟିଛି ।୯୪ ବର୍ଷ ବୟସରେ ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି ।ତାଙ୍କ ସାନଭାଇ ସଙ୍ଗୀତଜ୍ଞ ସ୍ୱରୂପ ନାୟକ ଶାରଦାଙ୍କ ପରଲୋକ ସଂପର୍କରେ ସୂଚନା ଦେଇଛନ୍ତି ।ଅନେକ ସଫଳ ଫିଲ୍ମର ନିର୍ଦ୍ଦେଶନା ଓ ସଂଳାପ ଦେଇଥିଲେ ଶାରଦା ପ୍ରସନ୍ନ ନାୟକ ।ଶାରଦଙ୍କ ସଫଳ ଫିଲ୍ମ ମଧ୍ୟରେ ରହିଛି ଲକ୍ଷ୍ମୀ , କା ,ସ୍ତ୍ରୀ ,ସଂସାର । ଶାରଦାଙ୍କ ନିର୍ଦ୍ଦେଶିତ ଲକ୍ଷ୍ମୀ ଚଳଚ୍ଚିତ୍ର ରାଷ୍ଟ୍ରପତି ପୁରସ୍କାର ପାଇଥିଲା ।୨୦୧୩ ମସିହାରେ ଜୟଦେବ ପୁରସ୍କାରରେ ସମ୍ମାନିତ ହୋଇଥିଲେ ଶାରଦା । ତେବେ ତାଙ୍କ ଦେହାନ୍ତରେ ଓଡ଼ିଆ ସିନେ ଜଗତରେ ଶୋକର ଛାୟା ଖେଳି ଯାଇଛି । ତାଙ୍କ ମୃତ୍ୟୁରେ ଅନେକ ବିଶିଷ୍ଟ ଅଭିନେତା, ନିର୍ଦେଶକ ଆଦି ଶୋକ ପ୍ରକାଶ କରିଛନ୍ତି ।ଗତକାଲି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।ତାଙ୍କର ପରଲୋକ ହେବା ପରେ ତାଙ୍କ ସ୍ୱାବ କୋଭିଡ୍ -୧୯ ଟେଷ୍ଟ ପାଇଁ ପଠାଯାଇଛି । ଆସନ୍ତା କାଲି ତାଙ୍କର ଅନ୍ତିମ କ୍ରିୟା କରାଯିବ ।

LEAVE A REPLY

Please enter your comment!
Please enter your name here