Spread the love

ଅହମ୍ମଦାବାଦ: ଶନିବାର ଗୁଜୁରାଟ ଭାଲସାଦର୍‌ ଠାରେ ଥିବା ଏକ କେମିକାଲ ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି । ଅଗ୍ନିକାଣ୍ଡ ଯୋଗୁ ସେଠାକାର ପରିବେଶ ଧୂଆଁମୟ ହୋଇପଡିଛି । ଅଗ୍ନିକାଣ୍ଡର ପରିମାଣ ଏତେ ଅଧିକ ଅଛି ଯେ ତାହାକୁ ବର୍ତ୍ତମାନ ସୁଦ୍ଧା ଆୟତ୍ତ କରାଯାଇପାରିନାହିଁ । ଏ ନେଇ ସୂଚନା ପାଇ ଘଟଣାସ୍ଥଳରେ ୧୦ ରୁ ଅଧିକ ଦମକଳ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ ।

LEAVE A REPLY

Please enter your comment!
Please enter your name here