Spread the love

ନୂଆଦିଲ୍ଲୀ
ପୁଡୁଚେରୀରର କୋକୋନଟ ହାର୍ବରରେ ଥିବା ଏକ ବୋଟ ପ୍ରସ୍ତୁତି କାରଖାନାରେ ଶୁକ୍ରବାର ସକାଳେ ଅଗ୍ନିକାଣ୍ଡ ଘଟିଛି । ଆଠଟି ଦମକଳ ବାହିନୀକୁ ନିଆଁଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଏହି ନିଆଁ କେମିତି ଲାଗିଥିଲା ତାହା ଜଣାପଡି ନାହିଁ । ତେବେ ମୁଦାଲିୟାରପେଟ ପୋଲିସ ଘଟଣାର କାରଣ ଜାଣିବା ଲାଗି ତଦନ୍ତ କରୁଛି । ମାତ୍ର ଏବେ ସୁଦ୍ଧା ଏଥିରେ କେହି ମୃତାହତ ହୋଇଥିବାର ଖବର ଆସିନାହିଁ ।ଏ ଘଟଣା ସମ୍ପର୍କରେ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

LEAVE A REPLY

Please enter your comment!
Please enter your name here