Spread the love

ଅହମଦାବାଦ
ଗୁଜରାଟ ଅହମଦାବାଦର ନଭରଙ୍ଗପୁରା ସ୍ଥିତ ଏକ ଘରୋଇ କୋଭିଡ ହସ୍ପିଟାଲ ଶ୍ରେୟରେ ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣାରେ ଆଇସିୟୁରେ ଚିକିତ୍ସିତ ହେଉଥିବା ୮ ଜଣ ଲୋକଙ୍କ ମୃତ୍ୟୁ ଘଟିିଛି । ସେମାନଙ୍କ ମଧ୍ୟରେ ୫ ପୁରୁଷ ଏବଂ ୩ ମହିଳା ସାମିଲ ଅଛନ୍ତି । ଦମକଳ ବାହିନୀ ଅଧିକାରୀଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି । ସୂଚନା ଅନୁଯାୟୀ ଗୁରୁବାର ଭୋର ପ୍ରାୟ ୩ଟା୩୦ ମିନିଟରେ ହସ୍ପିଟାଲର ଆଇସିୟୁରେ ନିଆଁ ଲାଗି ଯାଇଥିଲା । ସଙ୍ଗେ ସଙ୍ଗେ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ପ୍ରାୟ ୪୦ ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା । ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲା । ଏ ପର୍ଯ୍ୟନ୍ତ ଅଗ୍ନିକାଣ୍ଡର କାରଣ ଜଣାପଡିନଥିଲେ ମଧ୍ୟ ସର୍ଟସର୍କିଟରୁ ଏହା ଘଟିିଛି ବୋଲି ଅନୁମାନ କରାଯାଉଛି । ଏହି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱର।।ଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏବଂ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ଦୁଃଖପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here