Spread the love

ନୂଆଦିଲ୍ଲୀ : ସଂସଦରେ ମୌସୁମୀ ଅଧିବେଶନ ପୂର୍ବରୁ ଆଜି ପାଞ୍ଚ ଲୋକସଭା ସାଂସଦଙ୍କ କୋଭିଡ୍-୧୯ ରିପୋର୍ଟ ପଜେଟିଭ ଆସିଛି । ସୋମବାର ଆରମ୍ଭ ହେଉଥିବା ମୌସୁମି ଅଧିବେଶନରେ ସ୍ଵାସ୍ଥ୍ୟ ମନ୍ତ୍ରଣାଳୟର ସମସ୍ତ ଗାଇଡ୍‌ଲାଇନ୍ କଡାକଡି ପାଳନ କରାଯିବ।କରୋନାକୁ ଦୃଷ୍ଟିରେ ରଖି କାଗଜର ଉପଯୋଗ ଯଥା ସମ୍ଭବ କମ କରିବାକୁ ପ୍ରୟାସ କରାଯାଉଛି। ସାଂସଦ ନିଜର ଉପସ୍ଥିତି ଡିଜିଟାଲ ମାଧ୍ୟମରେ ଜାହିର କରିବେ। ଗୃହରେ ପ୍ରବେଶ କରିବା ସମୟରେ ସମସ୍ତ ସଦସ୍ୟଙ୍କ ଶରୀରର ତାପମାତ୍ରା ଯାଞ୍ଚ ପାଇଁ ଥର୍ମାଲ ଗନ ଓ ଥର୍ମାଲ ସ୍କାନରର ବ୍ୟବହାର କରାଯିବ ।

LEAVE A REPLY

Please enter your comment!
Please enter your name here