Spread the love

ନୂଆଦିଲ୍ଲୀ, ପୂର୍ବତନ ରାଷ୍ଟ୍ରପତି ତଥା ଭାରତ ରତ୍ନ, ପଦ୍ମ ବିଭୂଷଣ ପ୍ରଣବ ମୁଖାର୍ଜୀ ପଞ୍ଚଭୂତରେ ବିଲୀନ ହୋଇଛନ୍ତି । ଦିଲ୍ଲୀ ସ୍ଥିତ ଲୋଧୀ ଶ୍ମଶାନ ଘାଟରେ ରାଷ୍ଟ୍ରୀୟ ମର୍ଯ୍ୟଦା ସହ ପୂର୍ବତନ ରାଷ୍ଟ୍ରପତିଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି। ପ୍ରଣବଙ୍କ ପୁଅ ଅଭିଜିତ ମୁଖାର୍ଜୀ ତାଙ୍କୁ ମୁଖାଗ୍ନି ଦେଇଛନ୍ତି। କରୋନା ପାଇଁ ପୁଅ ପ୍ରଣବ ଓ ପରିବାର ଲୋକେ ପିପିଏ କିଟ୍ ପରିଧାନ କରିଥିଲେ । ଅନ୍ତିମ ସଂସ୍କାର ପୂର୍ବରୁ ପ୍ରଣବ ମୁଖାର୍ଜୀଙ୍କ ପାର୍ଥିବ ଶରୀରକୁ ରାଜାଜୀ ମାର୍ଗ ସ୍ଥିତ ତାଙ୍କ ସରକାରୀ ବାସଭବନ ନିକଟକୁ ଅଣାଯାଇଥିଲା।ସେଠାରେ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇବା ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ ଆଦି ବହୁ ବରିଷ୍ଠ ନେତା ଓ ରାଜନୈତିକ କର୍ମୀମାନେ ଉପସ୍ଥିତ ଥିଲେ ।ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା । ସେ ଅଗଷ୍ଟ ୧୦ ତାରିଖରୁ ଆର ଆଣ୍ଡ ଆର ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।

LEAVE A REPLY

Please enter your comment!
Please enter your name here