Spread the love

ନୂଆଦିଲ୍ଲୀ
ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏବଂ ଆରଜେଡି ନେତା ରଘୁବଂଶ ପ୍ରସାଦ ସିଂହ ଆଜି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ କିଛି ଦିନ ତଳେ ଲାଲୁ ପ୍ରସାଦଙ୍କ ଦଳ ଆରଜେଡିରୁ ବାହାରି ଯାଇଥିଲେ । ଗତ କାଲି ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିଲା ଏବଂ ତାଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଥିଲା । ସେ ଗତ କିଛି ଦନ ହେଲା ଦିଲ୍ଲୀ ସ୍ଥିତ ଏମ୍ସରେ ଚିକିତ୍ସିତ ହେଉଥିଲେ । ସେ ଶୁକ୍ରବାର ନିଜର ଆଗାମୀ ରାଜନୈତିକ ପଦକ୍ଷେପ ବିଷୟରେ ବିହାର ମୁଖ୍ୟମନ୍ତୀଙ୍କୁ ଚିଠି ଲେଖିଥିଲେ । ରଘୁବଂଶଙ୍କୁ ଏମନରେଗା ଯୋଜନାର ସ୍ଥପତି କୁହାଯାଇଥିଲା । ସେ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଥିବାବେଳେ ôଏହି ଯୋଜନା ଲାଗୁ ହୋଇଥିଲା । ତାଙ୍କର ରାଜନୈତିକ କ୍ୟାରିୟର ମଧ୍ୟ ମଝିରେ ଭଲ ନଥିଲା । ସେ ୨୦୧୪ ଏବଂ ୨୦୧୯ ଲୋକସଭା ନିର୍ବାଚନରେ ବୈଶାଳୀରୁ ପରାସ୍ତ ହୋଇଥିଲେ । ସେ ରେକର୍ଡ ୫ ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ । କିନ୍ତୁ ଲାଲୁଙ୍କ ପୁଅଙ୍କ ତାଙ୍କ ସମ୍ବନ୍ଧ ଭଲ ନଥିବାରୁ ସେ ଆରଜେଡିରୁ ଇସ୍ତଫା ଦେଇଥିଲେ ।

LEAVE A REPLY

Please enter your comment!
Please enter your name here