Spread the love

ନୂଆଦିଲ୍ଲୀ
ସୈନ୍ୟ ଅପସାରଣ ନେଇ ଆଲୋଚନା ଚାଲିତିବାବେଳେ ପୁଣିଥରେ ପୂର୍ବ ଲଦାଖର ଭାରତ-ଚୀନ ସେନା ମୁହାଁମୁହିଁ ହୋଇଛନ୍ତି । ଶନିବାର ଏବଂ ରବିବାର ମଧ୍ୟ ରାତିରେ ଏହି ଘଟଣା ଘଟିଛି । ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇଥିବାର ସୂଚନା ମିଳିପାରି ନାହିଁ । କିନ୍ତୁ ଏହି ପ୍ରସଙ୍ଗର ସମାଧାନ ଲାଗି ସୋମବାର ସକାଳେ ଦୁଇ ଦେଶ ମଧ୍ୟରେ କମାଣ୍ଡର ସ୍ତରୀୟ ବୈଠକ ହୋଇଛି । ଭାରତୀୟ ସେନା ପକ୍ଷରୁ କୁହାଯାଇଛି ଯେ ପଙ୍ଗାଙ୍ଗ ହ୍ରଦ ନିକଟରେ ଭାରତ ସୀମାରେ ଚୀନ ସେନା(ପିଏଲଏ)ର ଅନୁପ୍ରବେଶ ପରେ ଏହାକୁ ବିରୋଧ କରାଯାଇଥିଲା । ଭାରତୀୟ ସେନା ଏହାକୁ ଦୃଢ ବିରୋଧ କରିବା ସହ ପିଏଲଏକୁ ଫେରିଯିବାକୁ କହିଥିଲେ । ଏହି ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବା ଲାଗି ଭାରତାୟ ସେ ଆଲୋଚନା ଜାରି ରଖିଛି । କିନ୍ତୁ ଏଥିରେ ସାର୍ବଭୌମତ୍ୱ ସହ କୌଣସି ସାଲିସ କରାଯିବ ନାହିଁ ।

LEAVE A REPLY

Please enter your comment!
Please enter your name here