Spread the love

ବେଙ୍ଗାଲୁରୁ
କର୍ଣାଟକର କାଲବୁର୍ଗୀ ଜିଲ୍ଲାରୁ ୧୨ ଶହ କିଲୋଗ୍ରାମରୁ ଅଧିକ ଗଞ୍ଜେଇ ଜବତ କରିଛି ବେଙ୍ଗାଲୁରୁ ପୋଲିସ । ତେବେ ଏହି କାରବାରରେ ଓଡିଶା ଲିଙ୍କ ଥିବା ଜଣାପିଡିଛି । ପୋଲିସର ସୂଚନା ଅନୁଯାୟୀ ସୋସାଦ୍ରୀପୁରମ ପୋଲିସ ଷ୍ଟେସନରେ ଅଟକ ଜଣେ ଅପରାଧୀଠାରୁ ସୂଚନା ପାଇ କାଲବୁର୍ଗୀର କମଲାପୁର ଅଞ୍ଚଳର ରଙ୍ଗନାଥ ରଡ୍ଡୀ ଗ୍ରାମର ଜଣେ ବ୍ୟକ୍ତିଙ୍କ ଘୁଷୁରୀ ଗୁହାଳରୁ ଏହି ଗଞ୍ଜେଇ ଜବତ କରାଯାଇଥିଲା । ଏଥିରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ ଚନ୍ଦ୍ରକାନ୍ତ ସମେତ ତାହାର ୩ ସହଯୋଗୀକୁ ପୋଲିସ ଗିରଫ କରିଛି । ଏହି ଗଞ୍ଜେଇ ଓଡିଶାରୁ ତେଲେଙ୍ଗାନା ପହଞ୍ଚିବା ପରେ ସେଠାରୁ ପରିବା ଟ୍ରକରେ କର୍ଣାଟକ ଯାଇଥିଲା । ଏଥିରେ ଅନ୍ୟ ଓଡିଶା ଲିଙ୍କ ଥିବା ଅନ୍ୟ ଜଣେ ଯୁବକଙ୍କୁ ଗିରଫ କରିଛି ।

LEAVE A REPLY

Please enter your comment!
Please enter your name here