Spread the love

ଜୟପୁର
କୋରାପୁଟ ଜିଲ୍ଲା କୋଟପାଡରୁ ଗଞ୍ଜେଇ ଚାଲାଣ ର‍୍ୟାକେଟର ପର୍ଦାଫାସ ହୋଇଛି । ପୋଲିସ ସୂଚନା ପାଇଁ ଏକ ଟ୍ରକରେ ବିହାରକୁ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଏହାକୁ ଜବତ କରିଛି ଏବଂ ୨ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି । ଏହା ସହିତ ଟ୍ରକ ଏବଂ ୫୦୦୦ ଟଙ୍କା ମଧ୍ୟ ଜବତ କରିଛି । ବୋରିଗୁମ୍ମା ଥାନା ଅଧିକାରୀ ସଞ୍ଜୟ କୁମାର ମଣ୍ଡଳ ସୂଚନା ପାଇ ଏହି ଚଢଉ କରିଥିଲେ । ଏହି ଟ୍ରକରୁ ୪.୭୫୨ କ୍ୱିଣ୍ଟାଲର ୭ ବସ୍ତା ଗଞ୍ଜେଇ ପ୍ୟାକେଟ ଜବତ ହୋଇଛି । ଏହାର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ଟଙ୍କା ହେବ ।

LEAVE A REPLY

Please enter your comment!
Please enter your name here