Spread the love

ଭୁବନେଶ୍ୱର : ରାଜଧାନୀରେ କରୋନା ସ୍ଥିତି ଦିନକୁ ଦିନ ଅଣାୟତ ହେବାରେ ଲାଗିଛି । ଏଠାରେ କରୋନା ସ୍ଥିତି ନିୟନ୍ତ୍ରଣ କରିବା ଲାଗି ଗଞ୍ଜାମ ଫର୍ମୁଲ ଲାଗୁ କରିବା ପାଇଁ ବିଏମସି ନିଷ୍ପତ୍ତି ନେଇଛି । ବ୍ୟାପକ ହେଲଥ ଟେଷ୍ଟି ଲାଗି ୫୬୫ଟି ରାପିଡ ରେସପନ୍ସ ଟିମ କରାଯାଇଛି । ବସ୍ତି ଓ ଅନ୍ୟାନ୍ୟ ଅଞ୍ଚଳରେ ଏହି ଟିମ ରାପିଡ ଟେଷ୍ଟ କରିବେ । ହୋମ ଆଇସୋଲେସନରେ ଥିବା ଘରୁ ବର୍ଯ୍ୟବସ୍ତୁ ସଂଗ୍ରହ କରିବେ ବିଏମସି । ଏହା ସହିତ ଆକ୍ରାନ୍ତଙ୍କ ଉପରେ କଡା ନଜର ରଖାଯିବ । କରୋନା ସନ୍ଦେହ ହେଲେ ୧୯୨୯କୁ ଫୋନ କରି ତଥ୍ୟ ପାଇପାରିବେ । କରୋନା ଦାୟିତ୍ୱରେ ଥିବା ଆଇଏଏସ ପାରୁଲ ପଟୱାର ଏହି ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here