Spread the love

ବିଶାଖାପାଟନମ
ଆନ୍ଧ୍ରପ୍ରଦେଶ ବିଶାଖାପାଟନମର ଏକ ଫାର୍ମାସ୍ୟୁଟିକାଲ ୟୁନିଟ ସାନିୟର ଲାଇଫ ସାଇନ୍ସରେ ଗ୍ୟାସ ଲିକ ହୋଇ ୨ ଜଣ ଶ୍ରମିକ ମୃତ୍ୟୁବରଣ କରିଛନ୍ତି । ଏଥିରେ ୪ ଜଣ ମଧ୍ୟ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ପୋଲିସ ସୂଚନା ଅନୁଯାୟୀ ସୋମବାର ରାତି ପ୍ରାୟ ୧୧.୩୦ ସମୟରେ ସହରର ପରୱାଡା ଅଞ୍ଚଳରେ ଥିବା ଫାର୍ମରୁ ବେନଞ୍ଜିମିଡାଜୋଲ ଗ୍ୟାସ ଲିକ ହୋଇଥିଲା । ଏଥିରେ ପ୍ରାଣ ହରାଇଥିବା ୨ ଶ୍ରମିକ ଘଟଣାସ୍ଥଳରେ ଉପସ୍ଥିତ ଥିଲେ । ଏହି ଗ୍ୟାସ ଅନ୍ୟ କେଉଁଆଡେ ବ୍ୟାପି ନଥିଲା । ଏହା ପରେ ସକତର୍କତାମୂଳକ ପଦକ୍ଷେପ ଗ୍ରହଣ କରି ପରୱାଡା ଅଞ୍ଚଳକୁ ସଟଡାଉନ କରାଯାଇଥିଲା । ଏବେ ସ୍ଥିତି ନିୟନ୍ତ୍ରଣାଧିନ ରହିିଛି । ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ସୂଚନା ଦେବାକୁୁ ନିର୍ଦ୍ଦେଶ ଦେଇଛନ୍ତି । ସିଏମଓ ପକ୍ଷରୁ କୁହାଯାଇଛି ଯେ ଘଟଣାକୁ ନେଇ ଆତଙ୍କିତ ହେବାର ଆବଶ୍ୟକତା ନାହିଁ । ଜିଲ୍ଲାପାଳ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ପ୍ରାୟ ଦୁଇ ମାସ ତଳେ ବିଶାଖାପାଟନମର ଏଲଜି ପଲିମର୍ସରେ ଗ୍ୟାସ ଲିକ ହୋଇ ୧୧ ଜଣ ଲୋକ ମୃତ୍ୟୁବରଣ କରିଥିଲେ ।

LEAVE A REPLY

Please enter your comment!
Please enter your name here