Spread the love

ନୂଆଦିଲ୍ଲୀ: ଶୁକ୍ରବାର ରାତିରେ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ କରାଯାଇଥିବା ଘୋଷଣା ଅନୁସାରେ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣର ସୁଧ ଉପରେ ଲାଗୁ କରାଯାଉଥିବା ଅତିରିକ୍ତ ସୁଧକୁ ଛାଡ଼ କରାଯାଇଛି । ମହାମାରୀ ପାଇଁ ରୋଜଗାର ଠୁ ଆରମ୍ଭ କରି ବାଣିଜ୍ୟ ପର୍ଯ୍ୟନ୍ତ ସବୁ କିଛି  ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବେଳେ ଏହା ସମସ୍ତଙ୍କୁ ଆଶ୍ବସ୍ତି ଆଣିଦେଇଛନ୍ତି । ଋଣ ଗ୍ରହୀତା କେନ୍ଦ୍ର ସରକାରଙ୍କ ଦ୍ବାରା ଘୋଷିତ ମୋରାଟୋରିଅମର ସୁବିଧା ନେଇ ନଥିଲେ ମଧ୍ୟ ଏହି ସୁଧଛାଡ଼ ଘୋଷଣାର ଲାଭ ଉଠାଇପାରିବେ ।  ଯେଉଁମାନେ ଏହି ଅତିରିକ୍ତ ସୁଧ ଦେଇଛନ୍ତି ସେମାନେ କ୍ୟାସବ୍ୟାକ ମାଧ୍ୟମରେ ତାହାକୁ ପାଇପାରିବେ । କିଛି ଦିନ ତଳେ ସୁପ୍ରିମକୋର୍ଟ ଦେଇଥିବା ନିର୍ଦେଶ ଆଧାରରେ ଏହି ସୁଧ ଛାଡ଼ ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଏହା ଦ୍ବାରା ସରକାରଙ୍କ ଉପରେ ଅତିରିକ୍ତ ୬୫୦୦ କୋଟିର ବ୍ୟୟଭାର ପଡ଼ିବ । ମାର୍ଚ୍ଚ ୧ରୁ ଅଗଷ୍ଟ ୩୧ ପର୍ଯ୍ୟନ୍ତ ଋଣ କରିଥିବା ଗ୍ରାହକମାନେ ଏହାର ଫାଇଦା ଉଠାଇପାରିବେ ।

LEAVE A REPLY

Please enter your comment!
Please enter your name here