Spread the love

ମୁମ୍ବାଇ : ଜଣେ ୧୭ ବର୍ଷର ନାବାଳିକାକ ପ୍ରେମିକ ସହ ଫେରାର ହେବା ପରେ ଗଣ ଧର୍ଷଣର ଶିକାର ହୋଇଛନ୍ତି । ବଳାତ୍କାରୀମାନେ ପ୍ରେମିକର ସାଙ୍ଗ ହୋଇଥିବା ବେଳେ ସେମାନେ ନାବାଳିକାଜଣକୁ ଡ୍ରଗ୍ସ ଖୁଆଇ ଏହି କାଣ୍ଡ ଘଟାଇଛନ୍ତି । ଘଟଣାଟି ମୁମ୍ବାଇରେ ଘଟିଛି । ନଭି ମୁମ୍ବାଇରେ ଘଟିଥିବା ଏହି ଘଟଣା ସଂପର୍କରେ ପୋଲିସରେ ଅଭିଯୋଗ ହେବାପରେ ଅଭିଯୁକ୍ତମାନେ ଫେରାର ହୋଇ ଯାଇଛନ୍ତି । ଘଟଣାରୁ ପ୍ରକାଶ ଯେ, ସଂପୃକ୍ତ ନାବାଳିକା ଜଣକ ନିଜ ପ୍ରେମିକକୁ ବିବାହ କରିବା ପାଇଁ ଅଗଷ୍ଟ ୧୫ ତାରିଖରେ ଘରୁ ଫେରାର ହୋଇ ଯାଇଥିଲା । ନଭି ମୁମ୍ବାଇର ଖାରଘର ଠାରେ ଥିବା ଏକ ପ୍ଲାଟରେ ପ୍ରେମିକ ଦାରଭେଜ୍‌ ନାମକ ଯୁବକ ଫେରାର ନାବାଳିକା ପ୍ରେମିକାକୁ ନେଇ ରଖିଥିଲା । ସେଠାରେ ରହିବାର କିଛି ସମୟ ପରେ ପ୍ରେମିକର ଦୁଇ ଜଣ ସାଙ୍ଗ ସେଠାରେ ପହଞ୍ଚି ନାବାଳିକା ଜଣଙ୍କୁ କିଛି ପାଉଡ଼ର ଜାତୀୟ ଦ୍ରବ୍ୟ ଯୋରକରି ଖୁଆଇ ଦେଇଥିଲେ । ନାବାଳିକା ଜଣକ ଏହାପରେ ନିଶାରେ ନିଜର ସଂଜ୍ଞା ହରାଇଥିଲେ । ପ୍ରେମିକର ସାଙ୍ଗ ଦ୍ୱୟ ଏହା ପରେ ନାବାଳିକା ଜଣଙ୍କୁ ବଳାତ୍କାର କରିଥିଲେ ବୋଲି ୟାଦନିକ ଫାଉଣ୍ଡେସନର କର୍ମକର୍ତ୍ତା ଅନୀତା କରାଣ୍ଡେ କହିଛନ୍ତି । ଏହାପରେ ଦୁଇ ବଳାତ୍କାରୀ ଫ୍ଲାଟ ସୋସାଇଟରେ ଲାଗିଥିବା ସି.ସି.ଟି.ଭି କ୍ୟାମେରାରେ ଧରାପଡ଼ାଯିବା ଭୟରେ ନାବାଳିକାଙ୍କୁ ସେଠାରେ ଛାଡ଼ି ପଳାଇଥିଲେ । ପୋଲିସ ଘଟଣାର ଅନୁସନ୍ଧାନ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here