Spread the love

ନୂଆଦିଲ୍ଲୀ : ଗୁରୁବାର ସକାଳୁ ସମଗ୍ର ବିଶ୍ୱରେ ଜି ମେଲ୍‌ ସେବା ହଠାତ୍‌ ଠପ ହୋଇଯାଇଛି । ଦୀର୍ଘ ୧ ଘଣ୍ଟା ଧରି ଏହି ସେବା ବନ୍ଦ ହେବା ଫଳରେ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ସୂଚନାଯୋଗ୍ୟ ଯେ, ଜି ମେଲ୍‌ ସେବା ବନ୍ଦ ହେବା ଫଳରେ କୌଣସି ପ୍ରକାର ମେଲ୍‌ ଆଦାନ ପ୍ରଦାନ କରାଯିବା ସମ୍ଭବପର ହୋଇ ନାହିଁ । ଏପରିକି ଅଷ୍ଟ୍ରେଲିଆ ଓ ଜାପାନ ଆଦି ଦେଶରେ ମଧ୍ୟ ଲୋକେ ଅନୁରୂପ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ସୂଚାନଯୋଗ୍ୟ ଯେ, ଏଭଳି ହଠତ୍‌ ହେବା ପଛରେ କି କାରଣ ରହିଛି ତାହା ଜି ମେଲ୍‌ ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ । ଜିମେଲ୍‌ ସେବା ବ୍ୟାହତ ହେବା ଫଳରେ ତାହା ବ୍ୟବସାୟ ଉପରେ ପ୍ରବଳ ପ୍ରଭାବ ପକାଇଛି । ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଓ ବ୍ୟବସାୟ ପ୍ରତିଷ୍ଠାନର କାର୍ଯ୍ୟ ଭୟଙ୍କର ଭାବେ ପ୍ରଭାବିତ ହୋଇଛି ।

LEAVE A REPLY

Please enter your comment!
Please enter your name here