Spread the love

ନୂଆଦିଲ୍ଲୀ: ସୁନା ମୁଲ୍ୟ ଗୁରୁବାର ୧୦ ଗ୍ରାମକୁ ୨୭୪ ଟଙ୍କା ହ୍ରାସ ପାଇଛି । ବୁଧବାର ସୁନା ମୁଲ୍ୟ ୧୦ ଗ୍ରାମକୁ ୪୭,୪୫୯ ଟଙ୍କା ଥିବା ବେଳେ ଗୁରୁବାର ଏହା ୪୭,୧୮୫ ଟଙ୍କାରେ ପହଞ୍ଚିଥିଲା । ସେହିପରି ରୁପା ମୁଲ୍ୟ ମଧ୍ୟ କିଲୋ ପିଛା ୫୪୨ ଟଙ୍କା ହ୍ରାସ ପାଇଛି । ବୁଧବାର ଏହା ୫୦,୧୦୦ ଟଙ୍କା ଥିଲା ବେଳେ ଗୁରୁବାର ୪୯,୫୫୮ ଟଙ୍କାରେ ପହଞ୍ଚଛି । ସେହିପରି ଡଲାର ତୁଳନାରେ ଭାରତୀୟ ଟଙ୍କାର ମୁଲ୍ୟ ୧୦ ପଇସା ହ୍ରାସ ପାଇଛି । ଗୁରୁବାର ଏକ ଡଲାରର ମୁଲ୍ୟ ୭୫.୫୭ ରହିଛି । ସୁଚକାଙ୍କ ମଧ୍ୟ ନିଜର ଉଦ୍ଧ୍ୱର୍ ଗତି ପରିବର୍ତ୍ତେ ନିମ୍ନମୁଖି ହୋଇଛି । ଗୁରୁବାର ସୁଚକାଙ୍କ ୧୧୨୮.୮୪ ପଏଣ୍ଟ ହ୍ରାସ ପାଇ ୩୩,୯୮୦ ଥିଲା ବେଳେ ନିଫଟି ୩୨.୪୫ ପଏଣ୍ଟ ହ୍ରାସ ପାଇ ୧୦,୦୨୯.୧୦ରେ ଅଛି ।

LEAVE A REPLY

Please enter your comment!
Please enter your name here