Spread the love

ଭୁବନେଶ୍ବର : ସାରା ଦେଶରେ ମହାମାରୀ କରୋନା ନିଜର କାୟା ବିସ୍ତାର କରିବାରେ ଲାଗିଛି । ସରକାରୀ କାର୍ଯ୍ୟାଳୟ ରେ ମଧ୍ୟ କରୋନା ପ୍ରଭାବ ଦେଖିବାକୁ ମିଳିଛି । ନିକଟରେ ସଚିବାଳୟରୁ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଆଜି ଏଜି ଅଫିସ୍‌ର ୨ କର୍ମଚାରୀ ସଂକ୍ରମିତ ହୋଇଛନ୍ତି । ସେହିପରି କମିଶନରେଟ୍ ପୋଲିସ କାର୍ଯ୍ୟାଳୟ ରୁ ୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ଗୋଟିଏ ଦିନରେ ୧୩ ଜଣ ପୋଲିସ କର୍ମଚାରୀଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି।ଏହାସହ ସିଆରପିଏଫ୍‌ କ୍ୟାମ୍ପସ୍‌ରୁ ୨ ଜଣ ଓ ହସ୍ପିଟାଲ ଲିଙ୍କରୁ ୪ ଜଣ ସଂକ୍ରମିତ ହୋଇଛନ୍ତି । ଏହାକୁ ନେଇ ସରକାରୀ କାର୍ଯ୍ୟାଳୟ ରେ ଚିନ୍ତା ବଢ଼ିବାକୁ ଲାଗିଛି।

LEAVE A REPLY

Please enter your comment!
Please enter your name here