Spread the love

ନୂଆଦିଲ୍ଲୀ: ଦେଶର ବେଆଇନ ସୁନା ମହଜୁଦକାରୀଙ୍କୁ ମିଳିବ କ୍ଷମା ? ଆଇନସିଦ୍ଧ ସୁନାରୁ କିଛି ସରକାରଙ୍କ ଠାରେ ଜମା ରଖିବା ଓ କିଛି ଜରିମାନା ଦେଲେ ଏହି ସୁବିଧା ମିଳିପାରିବ । କେନ୍ଦ୍ର ସରକାର ଟିକସ ଫାଙ୍କି ରୋକିବା ଓ ସୁନା ଆମଦାନୀ କମାଇବା ଲକ୍ଷ୍ୟ ନେଇ ଏମତି ଏକ ଯୋଜନା ପ୍ରଣୟନ କରିବାକୁ ଯାଉଛନ୍ତି ବୋଲି ଜଣାପଡ଼ିଛି । ଏହା ଏବେ ପ୍ରାଥମିକ ସ୍ତରରେ ଅଛି । ସେଥିପାଇଁ ଅର୍ଥ ମନ୍ତ୍ରଣାଳୟର କେହି ଏ ସମ୍ପର୍କରେ କିଛି କହିବାକୁ ରାଜି ନୁହନ୍ତି । ତେବେ ମିଳିଥିବା ସୁଚନା ଅନୁଯାୟୀ ଭାରତର ଲୋକ ମାନେ ବ୍ୟକ୍ତିଗତ ଭାବେ ୨୫ ହଜାର ଟନ ସୁନା ମହଜୁଦ କରିଛନ୍ତି । ଉକ୍ତ ସୁନାକୁ ସରକାରୀ ବଳୟ ମଧ୍ୟକୁ ଆଣିବା ପାଇଁ ମୋଦି ସରକାର ୨୦୧୫ରେ ଯୋଜନା ପ୍ରଣୟନ କରିଥଲେ । ସେଥିରେ କ୍ଷମା ପରି ରିହାତି ନଥିଲା ଓ ତାହା ବିଫଳ ମଧ୍ୟ ହୋଇଥିଲା । କାରଣ କୌଣସି ଭାରତୀୟ ସେମାନଙ୍କୁ ସୁନା ସରକାରଙ୍କ ନଜରକୁ ଆସୁ ବୋଲି ଚାହୁଁନାହାନ୍ତି । ସେଥିପାଇଁ ଏବେ କ୍ଷମା ସର୍ତ୍ତ ସହିତ ଏକ ନୁଆ ଯୋଜନା ପ୍ରଣୟନ କରିବାକୁ ପ୍ରସ୍ତୁତି ଚାଲିଛି । ମାତ୍ର ଟିକସ ଖିଲାପକାରୀଙ୍କୁ କ୍ଷମା ଦିଆଗଲେ ତାହା ନିୟମିତ ଟିକସ ଦେଉଥିବା ନାଗରିକଙ୍କ ପ୍ରତି ଅନ୍ୟାୟ ହେବ ବୋଲି ଦେଶର ସର୍ବୋଚ୍ଚ ଅଦାଲତ ପୂର୍ବରୁ ମତ ଦେଇଥିବାରୁ କେନ୍ଦ୍ର ସରକାର ଏ କ୍ଷେତ୍ରରେ ସର୍ବାଧିକ ସତର୍କତା ଅବଲମ୍ବନ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here