Spread the love

ଢେଙ୍କାନାଳ
ଢ଼େଙ୍କାନାଳ ଜିଲ୍ଲାର କାମାକ୍ଷାନଗର ଓ କଟକ ଜିଲ୍ଲାର ଚୌଦ୍ୱାର ଅଂଚଳରେ ଶନିବାର ହାତୀ ଉପଦ୍ରବ ଦେଖାଯାଇଛି । କାମାକ୍ଷାନଗର ଉପଖଣ୍ଡ ଅନ୍ତର୍ଗତ ପଶ୍ଚିମାଂଚଳ ରେଂଜ ଅଁଳାବେରଣୀ ସେକ୍ସନ ସୋଗର ଗାଁରେ ୨୨ଟିକିଆ ହାତୀପଲ ପଶି ଉତ୍ପାତ କରିଛନ୍ତି । ଏମାନେ ବ୍ୟାପକ ଧାନ ଫସଲ ନଷ୍ଟ କରିବା ସହ ଏବେ ଗାଁ ନିକଟସ୍ଥ କାଜୁ ଜଙ୍ଗଲରେ ଅଛନ୍ତି । ଏହି ହାତୀପଲର ଦୌରାତ୍ମ୍ୟ ଦେଖି ଗାଁ ଲୋକେ ଭୟଭୀତ ହୋଇଛନ୍ତି । ତେବେ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ହାତୀ ଘଉଡାଇବା ଲାଗି ଉଦ୍ୟମ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here